ETV Bharat / bharat

'ପ୍ରବାସୀଙ୍କ ପାଇଁ କେନ୍ଦ୍ରର ଘୋଷଣାରେ କିଛି ନୂଆ କଥା ନାହିଁ': ପିନାରାଇ ବିଜୟନ - ପ୍ରବାସୀଙ୍କ ପାଇଁ କେନ୍ଦ୍ରର ଘୋଷଣାରେ କିଛି ନୂଆ କଥା ନାହିଁ

ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି ସେଥିରେ କିଛି ନୂଆ କଥା ନାହିଁ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ସେ କହିଛନ୍ତି ଯେ ରାଜ୍ୟର ଋଣ ସୀମା 3 ପ୍ରତିଶତରୁ 5 ପ୍ରତିଶତକୁ ବୃଦ୍ଧି କରିବାକୁ ବାରମ୍ବାର ଅନୁରୋଧ କରାଯାଉଛି । କିନ୍ତୁ କେନ୍ଦ୍ର ଏଥିପ୍ରତି କୌଣସି ପଦକ୍ଷେପ ନେଉନାହିଁ ।

'ପ୍ରବାସୀଙ୍କ ପାଇଁ କେନ୍ଦ୍ରର ଘୋଷଣାରେ କିଛି ନୂଆ କଥା ନାହିଁ' :  ପିନାରାଇ ବିଜୟନ

author img

By

Published : May 16, 2020, 12:35 PM IST

ଥିରୁଅନ୍ତପୂରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ରାଜ୍ୟକୁ ଅଧିକ ଅର୍ଥ ଆବଣ୍ଟନ ଘୋଷଣା କରିବାରେ କିଛି ନୂଆ କଥା ନାହିଁ । ଏବଂ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଦିଆଯାଇଥିବା ଅର୍ଥ କେବଳ ଏହାର ଅଂଶ ଅଟେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 15 ତମ ଅର୍ଥ ଆୟୋଗ କେରଳକୁ 314 କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ବଣ୍ଟନ କରିଛି । କିନ୍ତୁ ରାଜ୍ୟରେ ଏହାର ଅଧା ଅଂଶ 157 କୋଟି ଟଙ୍କା ରହିଛି । ଆମେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ-19 ପରିସ୍ଥିତି ପରିପ୍ରେକ୍ଷୀରେ ରାଜ୍ୟଗୁଡିକୁ ସ୍ବତନ୍ତ୍ର ଅନୁଦାନ ଅନୁମତି ଦେବାକୁ ଏବଂ 15 ତମ ଅର୍ଥ ଆୟୋଗର ଦ୍ୱିତୀୟ ରିପୋର୍ଟରେ ଅନ୍ତର୍ଭୂକ୍ତ କରିବା ଦିଗରେ ଅତିରିକ୍ତ ବିଚାର କରିବାକୁ ଅନୁରୋଧ କରିଛୁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ କୋଭିଡ-19 ମୁକାବିଲାରେ କେନ୍ଦ୍ର ରାଜ୍ୟକୁ ଦେଉଥିବା ଅନୁଦାନକୁ ଦର୍ଶାଇବା ଶୋଭା ପାଉନାହିଁ ।

କୋଭିଡ-19 ଯୋଗୁଁ ରାଜସ୍ବ ପାଣ୍ଠିରେ ବ୍ୟାପକ ହ୍ରାସ ଘଟିଛି । ତେବେ ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ କେନ୍ଦ୍ର ରାଜ୍ୟକୁ ଦେଉଥିବା ଋଣ ସୀମା ବୃଦ୍ଧି କରିବାକୁ ସେ କହିଛନ୍ତି । କେନ୍ଦ୍ର ନିକଟରେ ଋଣ ସୀମା 5.5 ପ୍ରତିଶତକୁ ବୃଦ୍ଧି କରିଛି କିନ୍ତୁ ରାଜ୍ୟର ସୀମା ଏପର୍ଯ୍ୟନ୍ତ 3 ପ୍ରତିଶତ ରହିଛି । ଆଉ ଏହି ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବି କେନ୍ଦ୍ର ଏଥିରେ ହସ୍ତକ୍ଷେପ କରୁନାହିଁ ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ରାଜ୍ୟ ଜିଲ୍ଲାପାଳମାନଙ୍କୁ ରିଲିଫ କାମ ପାଇଁ 17 କୋଟି ଏବଂ ଚିକିତ୍ସା ଉପକରଣ କିଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ 15 କୋଟି ଟଙ୍କା ପ୍ରଦାନ କରିସାରିଛି । ନିୟମ ଅନୁଯାୟୀ, ରାଜ୍ୟର କେବଳ 25% ରିଲିଫ୍ କାର୍ଯ୍ୟରେ ଏବଂ 10% ଉପକରଣ କ୍ରୟ ପାଇଁ ଖର୍ଚ୍ଚ କରାଯାଇପାରିବ । କେବଳ ଏତିକି SDRF ରାଶିରୁ ବ୍ୟବହାର କରାଯାଇପାରିବ । କଲ୍ୟାଣ ପେନସନ ବଣ୍ଟନ ପାଇଁ ରାଜ୍ୟ ବଜେଟ ପରିମାଣ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.