ETV Bharat / bharat

ନିଜସ୍ବ ଭବିଷ୍ୟବାଣୀର ନିଜେ ଶିକାର, କୋଭିଡରେ ଟଳିଲେ ଖ୍ୟାତନାମା ଜ୍ୟୋତିଷ୍ୟ - କୋଭିଡରେ ଟଳିଲେ ଖ୍ୟାତିନାମା ଜ୍ୟୋତିଷ୍ୟ

ଭୁଲ ପ୍ରମାଣିତ ହେଲା ଜ୍ୟୋତିଷଙ୍କ ଭବିଷ୍ୟବାଣୀ। କୋଭିଡ ବିନାଶର ଭବିଷ୍ୟତ ବାର୍ତ୍ତା ଦେଇଥିବା ଜ୍ୟୋତିଷ ନିଜେ ସେହି ମହାମାରୀରେ ଟଳି ପଡିଛନ୍ତି। ତେବେ ଭାରତର ଜଣେ ଜଣାଶୁଣା ଓ ବିଖ୍ୟାତ୍ ଜ୍ୟୋର୍ତିବିଦ୍ ବେଜାନ ଦାରୁୱାଲା କୋରୋନାରେ ପ୍ରାଣ ହରାଇଛନ୍ତି।

ନିଜସ୍ବ ଭବିଷ୍ୟବାଣୀର ନିଜେ ଶିକାର, କୋଭିଡରେ ଟଳିଲେ ଖ୍ୟାତିନାମା ଜ୍ୟୋତିଷ୍ୟ

author img

By

Published : May 30, 2020, 11:02 AM IST

Updated : May 30, 2020, 11:09 AM IST

ନୂଆଦିଲ୍ଲୀ: ଭୁଲ ପ୍ରମାଣିତ ହେଲା ଜ୍ୟୋତିଷଙ୍କ ଭବିଷ୍ୟବାଣୀ। କୋଭିଡ ବିନାଶର ଭବିଷ୍ୟତ ବାର୍ତ୍ତା ଦେଇଥିବା ଜ୍ୟୋତିଷ ନିଜେ ସେହି ମହାମାରୀରେ ଟଳି ପଡିଛନ୍ତି। ତେବେ ଭାରତର ଜଣେ ଜଣାଶୁଣା ଓ ବିଖ୍ୟାତ୍ ଜ୍ୟୋର୍ତିବିଦ୍ ବେଜାନ ଦାରୁୱାଲା କୋରୋନାରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ସେ ନିଜେ ଏହି ମହାମାରୀର ବିନାଶ ମେ 21 ପରେ ହେବ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା

ସାଧାରଣତଃ କୌଣସି ବିପତ୍ତି ଆସିଲେ ଓ ସମାଧନର ବାଟ ନପାଇଲେ ଲୋକ ଜ୍ୟୋତିଷ ବିଦ୍ୟାରେ ଭରଷା କରନ୍ତି। ଅନେକ ସମୟରେ ଏହା ସଠିକ୍ ପ୍ରମାଣତି ହୋଇଥିବା ନଜିର ରହିଥିବା ବେଳେ ଆଉ କେତେବେଳେ ପାଙ୍ଖା ଗୁଳିଚାଳନା ପରି ମନେ ହୁଏ।

ନିଜସ୍ବ ଭବିଷ୍ୟବାଣୀର ନିଜେ ଶିକାର, କୋଭିଡରେ ଟଳିଲେ ଖ୍ୟାତିନାମା ଜ୍ୟୋତିଷ୍ୟ
ନିଜସ୍ବ ଭବିଷ୍ୟବାଣୀର ନିଜେ ଶିକାର, କୋଭିଡରେ ଟଳିଲେ ଖ୍ୟାତିନାମା ଜ୍ୟୋତିଷ୍ୟ

ତେବେ ବର୍ତ୍ତମାନ ମହାମାରୀ କୋଭିଡକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏହାର ବିନାଶ ଓ ବିଲୋପକୁ ନେଇ ଅନେକ ଜ୍ୟୋର୍ତିବିଦ୍ ପୂର୍ବାନୁମାନ କରିଥିଲେ। କିଏ କହିଥିଲା ଏହା ମେ ମାସରେ ଶେଷ ହେବ ତ ଆଉ କିଏ ଏହାର ବିଲୋପକୁ ମନା କରିଦେଇଥିଲେ। ହେଲେ ଖୋଦ୍ ଜଣେ ଜ୍ୟୋତିଷ୍ୟ ଏଥିରେ ପ୍ରାଣ ହରାଇଥିଲା ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆଣୁଛି।

କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ସେ କୋରୋନାଭାଇରସ୍ ପଜିଟିଭ୍ ଥିଲେ ଏବଂ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା କୋଭିଡ୍ -19 ରୋଗୀଙ୍କ ତାଲିକାରେ ତାଙ୍କୁ ନାମିତ କରାଯାଇଥିଲା। ତେବେ ତାଙ୍କ ପରିବାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନା ଥାଉକି, ଦାରୁୱାଲା ଭାରତର ଅନ୍ୟତମ ପ୍ରସିଦ୍ଧ ଜ୍ୟୋତିଷ ଥିଲେ ଏବଂ ତାଙ୍କର ଭବିଷ୍ୟବାଣୀ ତାଙ୍କୁ ଲକ୍ଷ ଲକ୍ଷ ଅନୁସରଣକାରୀ ପାଖକୁ ଟାଣି ନେଇଥିଲା । ସେ ଜଣେ ଜୋରାଷ୍ଟ୍ରିଆନ୍ ଏବଂ ଗଣେଶ ଭକ୍ତ ଥିଲେ। ସେ ପ୍ରତ୍ୟେକ ନୂତନ ବର୍ଷରେ ବାର୍ଷିକ ସୂର୍ଯ୍ୟ ଉଦୟ ପୂର୍ବାନୁମାନ ମଧ୍ୟ ପ୍ରକାଶ କରିଥାନ୍ତି। ତାଙ୍କ ମୃତ୍ୟୁରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ସହ ଅନେକ ହେଭିୱେଟ ଟ୍ୱିଟରରେ ସମବେଦନା ଜଣାଇଛନ୍ତି।

ତେବେ ମୃତ୍ୟୁ ପୂର୍ବରୁ ଦାରୁୱାଲ ଖୁବ୍ ସାହସର ସହିତ ଏହି ମହାମାରୀ ସହ ଲଢିଥିଲେ। ସେ ପୂର୍ବାନୁମାନ କରି କହିଥିଲେ କି, ଭାରତରୁ ମେ ସୁଦ୍ଧା ମହାମାରୀ ଚାଲିଯିବ। ହେସେ ଦାରିଦ୍ର୍ୟତା, ବେକାରୀ ଓ ବିଭିନ୍ନ ସମସ୍ୟା ବୃଦ୍ଧି ପାଇବ। ଏହା ପର ବର୍ଷ ଭାରତ ପାଇଁ ସର୍ବୋତ୍ତମ ବର୍ଷ ହେବ ଏବଂ ଦେଶ ଖୁବ୍ ଶୀଘ୍ର ଏକ ସୁପରପାୱାର ଭାବରେ ଉଭା ହେବ।

Last Updated : May 30, 2020, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.