ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆରୋପ ଲଗାଇଛନ୍ତି ।
ନୋଟବନ୍ଦୀାକୁ ସ୍ବତନ୍ତ୍ର ଭାରତର ସବୁଠୁ ବଡ ଦୁର୍ନୀତି ବୋଲି ମନମୋହନ କହିବା ସହ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ଚିନ୍ତାଜନକ ସ୍ଥିତିକୁ ନେଇ ଆସିଛନ୍ତି ବୋଲି ସେ କହିଛନ୍ତି ।
ପ୍ରତିଦିନ ଅର୍ଥବ୍ୟବସ୍ଥାରେ ଛୋଟବଡ ଅଦଳବଦଳ ଯୋଗୁଁ ଜନସାଧାରଣ ବିରୋଧ ମନୋଭାବ ପୋଷଣ କରୁଥିବା ମନମୋହନ କହିଛନ୍ତି । ଏଥିସହ ବର୍ତ୍ତମାନ ସରକାର ଆଉ ସମସ୍ତଙ୍କର ବିକାଶ ଉପରେ ବିଶ୍ୱାସ ନଥିବାରୁ ବିଜେପିକୁ ଶାସନ କ୍ଷମତାରୁ ବିଦା କରିବା ପାଇଁ ଲୋକେ ମନ ବଳାଇ ସାରିଲେଣି ବୋଲି ମନମୋହନ ପ୍ରତିକ୍ରିୟା ଦେଇଛନ୍ତି ।
ନୋଟବନ୍ଦୀକୁ ଭାରତର ସବୁଠୁ ବଡ ଦୁର୍ନୀତି ବୋଲି କହିବା ସହ ବିଗତ ପାଞ୍ଚ ବର୍ଷରେ ଅନେକ ଭ୍ରଷ୍ଟାଚାର ହୋଇଛି କହି ମନମୋହନ ମୋଦି ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ।