ETV Bharat / bharat

ପୂର୍ବ ଲଦାଖରେ ସମ୍ଭାବ୍ୟ ତୈଳ ଓ ଗ୍ୟାସ୍‌ ପାଇଁ ବି ହୋଇପାରେ ଭାରତ-ଚୀନ ସଂଘର୍ଷ

ସମ୍ପ୍ରତି ଏସିଆର ଦୁଇ ବୃହତ୍‌ ଶକ୍ତି ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖ ଅଞ୍ଚଳରେ ଲାଗି ରହିଥିବା ସାମରିକ ସଂଘର୍ଷ, ହୁଏତ ସଂପୂର୍ଣ୍ଣ ଭାବରେ ଐତିହାସିକ ଉତ୍ତରାଧିକାର, କ୍ଷେତ୍ରୀୟ ପରିସୀମା କିମ୍ବା ଅନ୍ୟ କୌଣସି ଭୂ-ରାଜନୈତିକ ରଣକୌଶଳ ପ୍ରସଙ୍ଗ ପାଇଁ ନୁହେଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୂର୍ବ ଲଦାଖରେ ସମ୍ଭାବ୍ୟ ତୈଳ ଓ ଗ୍ୟାସ୍‌ ପାଇଁ ବି ଭାରତ-ଚୀନ ସଂଘର୍ଷ ହୋଇପାରେ

author img

By

Published : Jul 28, 2020, 2:35 AM IST

ସଞ୍ଜୀବ କୁମାର ବରୁଆ, ନୂଆଦିଲ୍ଲୀ

ସମ୍ପ୍ରତି ଏସିଆର ଦୁଇ ବୃହତ୍‌ ଶକ୍ତି ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖ ଅଞ୍ଚଳରେ ଲାଗି ରହିଥିବା ସାମରିକ ସଂଘର୍ଷ, ହୁଏତ ସଂପୂର୍ଣ୍ଣ ଭାବରେ ଐତିହାସିକ ଉତ୍ତରାଧିକାର, କ୍ଷେତ୍ରୀୟ ପରିସୀମା କିମ୍ବା ଅନ୍ୟ କୌଣସି ଭୂ-ରାଜନୈତିକ ରଣକୌଶଳ ପ୍ରସଙ୍ଗ ପାଇଁ ନୁହେଁ । ବୋଧହୁଏ ଏଥିପାଇଁ ଯେ, ଏହି ଅଞ୍ଚଳର ପୂର୍ବ ଭାଗରେ ପ୍ରଚୁର ଭୂ-ତାପଜ ଶକ୍ତି ଉତ୍ପାଦନ କ୍ଷମତାସଂପନ୍ନ ତୈଳ ଓ ଗ୍ୟାସ ସମେତ ବିଶାଳ ହାଇଡ୍ରୋକାର୍ବନର ଏକ ଭଣ୍ଡାର ରହିଛି ।

ଏହି ବରଫାବୃତ ମରୁଭୂମି ସଦୃଶ ଅଞ୍ଚଳରେ ହାଇଡ୍ରୋକାର୍ବନ ଭଣ୍ଡାର ରହିଥିବା ସଂପର୍କରେ କେତେକ ଅନୁଧ୍ୟାନରୁ ସଂକେତ ମିଳିଥିବା କାରଣରୁ ପୂର୍ବ ଲଦାଖର ଆକସାଇ ଚୀନ କ୍ଷେତ୍ର ସଂପର୍କରେ ଭାରତର ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରସିଦ୍ଧ ଉକ୍ତି (“ଯେଉଁଠି କେରାଏ ଘାସ ବି କଅଁଳେ ନାହିଁ”) ହୁଏତ ଏବେ ଏତେ ବେଶୀ ପ୍ରାସଙ୍ଗିକ ହୋଇ ରହିନାହିଁ ।

ଏବଂ ବିଶ୍ବରେ ପେଟ୍ରୋଲ ଓ ଡିଜେଲ ସମେତ ପେଟ୍ରୋଲଜାତ ସାମଗ୍ରୀର ସବୁଠାରୁ ବଡ଼ ଉପଭୋକ୍ତା ଭାରତ ଏବଂ ଚୀନ ପାଇଁ ତୈଳ କ୍ଷେତ୍ରରେ ନିଅଣ୍ଟିଆ ସ୍ଥିତି ଲାଗି ରହୁଥିବାରୁ ଏବଂ ସେମାନେ ଅନ୍ୟାନ୍ୟ ଅନେକ ଦେଶରୁ ତୈଳ ଆମଦାନୀ କରୁଥିବା ବେଳେ, ଏହି ସମ୍ଭାବ୍ୟ ତୈଳ ଭଣ୍ଡାର ଭବିଷ୍ୟତରେ ସେମାନଙ୍କ ପାଇଁ ତୈଳ ନିରାପତ୍ତା କ୍ଷେତ୍ରରେ ପରିଣତ ହୋଇପାରେ ।

ଭାରତ ଏହାର ମୋଟ ତୈଳ ଆବଶ୍ୟକତାର 82 ପ୍ରତିଶତ ଆମଦାନୀ କରୁଥିବା ସମୟରେ, ଦେଶ ଭିତରେ ତୈଳ ଭଣ୍ଡାର ସନ୍ଧାନ, ଅକ୍ଷୟ ଶକ୍ତି ଏବଂ ସ୍ବଦେଶୀ ଇଥାନଲ ଇନ୍ଧନ ଉପଯୋଗ ବଳରେ 2022 ସୁଦ୍ଧା ଏହି ତୈଳ ଆମଦାନୀ ପରିମାଣ 67 ପ୍ରତିଶତକୁ ହ୍ରାସ କରିବା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟ ପକ୍ଷରେ ଚୀନ ତାହାର ମୋଟ ତୈଳ ଆବଶ୍ୟକତାର ପ୍ରାୟ 77 ପ୍ରତିଶତ ଆମଦାନୀ କରିଥାଏ ।

ଏହି ବିଷୟ ସହ ସୁପରିଚିତ ହୋଇଥିଲେ ହେଁ ଏ ସଂପର୍କରେ ମତାମତ ଦେବାର ଆନୁଷ୍ଠାନିକ ଅଧିକାର ନଥିବା କାରଣରୁ ନିଜ ନାମ ଗୋପନ ରଖିବା ସର୍ତ୍ତରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ-ONGCର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ କହିଲେ: “ଲଦାଖ ଅଞ୍ଚଳର ତୈଳଧାରଣ କ୍ଷମତା ସଂପର୍କରେ ଆମେ ବହୁ ବର୍ଷ ହେଲା ଜାଣିଛୁ ଏବଂ ଏଠାରେ ହାଇଡ୍ରୋକାର୍ବନ ଭଣ୍ଡାର ରହିଥିବାର ସମସ୍ତ ସମ୍ଭାବନା ରହିଛି । ଏହାର କାରଣ, ଏ ଅଞ୍ଚଳର ଏକ ବୃହତ୍‌ ଭାଗରେ ଟେଥିସ୍‌ ସାଗର ଶଯ୍ୟା ରହିଥିଲା ଏବଂ ଭୂଗର୍ଭରେ ସଂଘଟିତ ଲକ୍ଷ ଲକ୍ଷ ବର୍ଷର ବିବର୍ତ୍ତନାତ୍ମକ ଶକ୍ତି ବଳରେ ଏହା ପଶ୍ଚିମ ଓ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଭୂପୃଷ୍ଠକୁ ଉଠିଥିଲା । ଏହା ସ୍ବାଭାବିକ କଥା ଯେ, କୌଣସି ଅଞ୍ଚଳ ପୂର୍ବରୁ ସାଗର ଶଯ୍ୟା ହୋଇ ରହିଥିଲେ ସେଠାରେ ହାଇଡ୍ରୋକାର୍ବନ ଭଣ୍ଡାର ରହିବା ବାଞ୍ଛନୀୟ ।”

ଭବିଷ୍ୟତରେ ପାହାଡ଼ିଆ ଖଣି ଅଞ୍ଚଳରୁ ଉତ୍ପାଦିତ ଶେଲ ଗ୍ୟାସ୍‌/ଶେଲ୍‌ ତୈଳ ଅନ୍ବେଷଣ ପାଇଁ ଲଦାଖର ଜନ୍‌ସ୍କାର ପର୍ବତମାଳାର 70 କିଲୋମିଟର ଓସାରରେ ପରିବ୍ୟାପ୍ତ ଟେଥିଆନ୍‌ ହିମାଳୟ ଜୋନ୍‌ ଏକ ସମ୍ଭାବନାପୂର୍ଣ୍ଣ ଲକ୍ଷ୍ୟସ୍ଥଳ । ପୂର୍ବରେ ତିବ୍ବତୀୟ ମାଳଭୂମିର ଦକ୍ଷିଣ ଭାଗରୁ, ପଶ୍ଚିମରେ ଜନ୍‌ସ୍କାର ପର୍ବତମାଳା ଯାଏ. ଏକ ବିସ୍ତୃତ ଅଞ୍ଚଳର ଏହା ଅବସ୍ଥିତ । ପଶ୍ଚିମ ହିମାଳୟର କାଶ୍ମୀର, ଜନ୍‌ସ୍କାର, ଚାମ୍ବା ଏବଂ ସ୍ପିତି ଅଞ୍ଚଳରେ ଟେଥିଆନ୍‌ ହିମାଳୟ ଅଞ୍ଚଳର ପର୍ଯ୍ୟାୟକ୍ରମିକ ଛାପ ବେଶ୍‌ ସୁସ୍ପଷ୍ଟ ।

2018 ସେପ୍‌ଟେମ୍ବରରେ ଓଏନ୍‌ଜିସି, ଭାରତୀୟ ଭୂତତ୍ତ୍ବ ସର୍ଭେ ସଂସ୍ଥା, ଜମ୍ମୁ ବିଶ୍ବବିଦ୍ୟାଳୟ, ଏନି ଅପ୍‌ଷ୍ଟ୍ରିମ୍‌ ଆଣ୍ଡ ଟେକ୍‌ନିକାଲ ସର୍ଭିସେସ୍‌ (ଇଟାଲୀ), ପାକିସ୍ତାନ ପେଟ୍ରୋଲିୟମ ଲିମିଟେଡ୍‌ (PPL) ଏବଂ ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲଣ୍ଡନର ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଏକ ଟିମ୍‌, ଏଠାରେ ହାଇଡ୍ରୋକାର୍ବନ ଭଣ୍ଡାରର ଯଥେଷ୍ଟ ସମ୍ଭାବନା ରହିଥିବା ବିଷୟ ଉପରେ ଆଲୋକପାତ କରିବା ସହିତ ଏକ ବିସ୍ତୃତ ତଥା ଯୁଗାନ୍ତକାରୀ ରିପୋର୍ଟ ଦାଖଲ କରିଥିଲେ ।

‘ପେଟ୍ରୋଲିୟମ୍‌ ସିଷ୍ଟମ୍‌ସ ଆଣ୍ଡ ହାଇଡ୍ରୋକାର୍ବନ ପୋଟେନ୍‌ସିଆଲ ଅଫ ଦି ନର୍ଥ-ୱେଷ୍ଟ ହିମାଲୟା ଅଫ ଇଣ୍ଡିଆ ଆଣ୍ଡ ପାକିସ୍ତାନ’ ଶୀର୍ଷକ 77 ପୃଷ୍ଠାର ଏହି ବୈଜ୍ଞାନିକ ଅଧ୍ୟୟନରେ କୁହାଯାଇଛି: “ହାଇଡ୍ରୋକାର୍ବନ ଅନ୍ବେଷଣ ପାଇଁ ଉତ୍ତର ପଶ୍ଚିମ ହିମାଳୟ ଅଞ୍ଚଳକୁ ବେଶ୍‌ ସମ୍ଭାବନାପୂର୍ଣ୍ଣ ରୂପେ ବିବେଚନା କରାଯିବାର କାରଣ ହେଉଛି । ଏ ଅଞ୍ଚଳରେ ଭୂଗର୍ଭର ବିଭିନ୍ନ ସ୍ତରରେ, ଉପଯୁକ୍ତ ବୈବର୍ତ୍ତନିକ-ଅବକ୍ଷିପ୍ତ ପରିବେଶରେ ପେଟ୍ରୋଲିୟମ ପଦ୍ଧତିର ଉପାଦାନ ରହିଛି ଏବଂ ଏଥିରେ ଗ୍ୟାସ୍‌ର ସ୍ଥିତି ଏବଂ ବାଣିଜ୍ୟିକ ତୈଳ ଓ ଗ୍ୟାସ୍‌ ଆବିଷ୍କାରର ସମ୍ଭାବନା ରହିଛି ।”

“ଜନ୍‌ସ୍କାର-ସ୍ପିତି ଘାଟି ଅଞ୍ଚଳର ମଧ୍ୟଜୀବୀ-ତ୍ରୈପାର୍ଶ୍ବିକ ପରିସ୍ଫୁଟନରେ ରହିଥିବା ମୃଣ୍ମୟ ଅବକ୍ଷିପ୍ତର OM (ଅର୍ଗାନିକ ମ୍ୟାଟର) ବା ଜୈବିକ ପଦାର୍ଥ ଏବଂ ଆଦିନୂତନ ଯୁଗରୁ ବିବର୍ତ୍ତିତ ସିନ୍ଧୁ ଗଠନ ପ୍ରଣାଳୀର ଶିଳାଗୁଡ଼ିକ ବିପୁଳ ହାଇଡ୍ରୋକାର୍ବନର ସମ୍ଭାବ୍ୟ ଉତ୍ସ ।”

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, “ପାର୍ବତ୍ୟ ଘାଟି ପ୍ରଣାଳୀର ଭୂଗର୍ଭରେ ବିଭିନ୍ନ ଆକର୍ଷଣ ଓ ବିକର୍ଷଣ ସଂଘଟନ କାଳରେ ଉତ୍ପନ୍ନ କ୍ଷେତ୍ରୀୟ ଚାପ ଯୋଗୁଁ ତୈଳ ଓ ଗ୍ୟାସ୍‌ର ଏକ ବିଶାଳ ଭଣ୍ଡାର ସୃଷ୍ଟି ହୋଇଥିବା ସମ୍ଭାବନା ରହିଛି ଏବଂ ପରିଣାମତଃ ହିମାଳୟ ପର୍ବତମାଳାର ଭୂଗର୍ଭରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ।” ଏହି ରିପୋର୍ଟ ଅନୁସାରେ, “ଭାରତୀୟ ଭାଗରେ ଅବସ୍ଥିତ ଉତ୍ତର ପଶ୍ଚିମ ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରଚୁର ହାଇଡ୍ରୋକାର୍ବନ ରହିଥିବା ସମ୍ଭାବନା ରହିଛି । ଏହାର କାରଣ, ଉପଯୁକ୍ତ ମୃଣ୍ମୟ-ଅବକ୍ଷିପ୍ତ ପରିବେଶ, ଭୂପୃଷ୍ଠରେ (ଉଦାହରଣ ସ୍ବରୂପ, ଜ୍ବାଲାମୁଖୀ ‘ଅଗ୍ନି ମନ୍ଦିର’ରେ) ଏବଂ ଉପ-ଭୂପୃଷ୍ଠରେ ଗ୍ୟାସ୍‌ର ଅବସ୍ଥିତି ଏବଂ ପ୍ରାୟତଃ ସମାନ ଧରଣର ସଂରଚନା ସଂପନ୍ନ ତୈଳ ଓ ଗ୍ୟାସ୍‌ ଆବିଷ୍କାର.. ।”

ଉତ୍ତର ପଶ୍ଚିମ ହିମାଳୟରେ ଗଚ୍ଛିତ ହାଇଡ୍ରୋକାର୍ବନ ଭଣ୍ଡାର ଉନ୍ମୋଚନ ଦିଗରେ ଏହି ବୈଜ୍ଞାନିକ ଅନୁଧ୍ୟାନ ହେଉଛି ସର୍ବପ୍ରଥମ ଗମ୍ଭୀର ପ୍ରୟାସ । “ବହୁ ମାତ୍ରାରେ ସଂରଚନାତ୍ମକ ଜଟିଳତା ଏବଂ ପ୍ରବଳ ବିବର୍ତ୍ତନୀକ ବିକୃତି ଜନିତ କାରଣରୁ ସମରୂପତାର ସହ ପ୍ରକ୍ରିୟାକୃତ ଏବଂ ଉଚ୍ଚ ଗୁଣମାନର ଭୂକମ୍ପନ ସଂପର୍କିତ ରେଖାକୃତି ଅଭାବରୁ ଉତ୍ପନ୍ନ ଭୂପୃଷ୍ଠ ଗତିଶୀଳତାର ଅତିକ୍ରମଣ ଏବଂ ଭୂପୃଷ୍ଠରେ ଏହାର ପ୍ରତିକୂଳ ପ୍ରଭାବ ସମେତ ଭୌଗୋଳିକ ପୃଥକୀକରଣ, ସୁଉଚ୍ଚ ପର୍ବତମାଳା, ପ୍ରବଳ ଥଣ୍ଡା ଭଳି ଅନେକ କାରଣରୁ, ଏହି ଅଞ୍ଚଳ ସଂପର୍କରେ ବିସ୍ତୃତ ଅନୁଧ୍ୟାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତୀଖ ଗଡ଼ାଣିଆ ସ୍ଥାନ ସହିତ ପାର୍ଶ୍ବ ବେଗ ଯୋଗୁଁ ଏହାର ସଂରଚନା ଏବଂ ଭୂଗର୍ଭରେ ବିକୃତି ସଂପର୍କରେ ନିର୍ଭୁଲ ଧାରଣା ହାସଲ ଅତି କଷ୍ଟକର ହୋଇପଡ଼ିଛି ।”

ଓଏନ୍‌ଜିସି ଅଧିକାରୀ ଜଣକ ଆହୁରି କହିଲେ ଯେ, “ଯଥାଯଥ ଅନ୍ବେଷଣ ସକାଶେ ଏ ଅଞ୍ଚଳରେ ବିସ୍ପୋରଣ ସମେତ ଅନେକ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ହେବ । କିନ୍ତୁ ହିମାଳୟ ପର୍ବତମାଳାର ସୁଉଚ୍ଚ ସ୍ଥାନରେ ଏବଂ ଭୂକମ୍ପନ ଦୃଷ୍ଟିକୋଣରୁ ଅତି ସମ୍ବେଦନଶୀଳ ଏବଂ ହିମପ୍ରବାହ ପ୍ରବଣ ଅଞ୍ଚଳରେ ବିସ୍ଫୋରଣ କରିବା ସମ୍ଭବ ନୁହେଁ” ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.