ETV Bharat / bharat

ସର୍ବଦଳୀୟ ବୈଠକରେ ସାମିଲ ହେବନି ଆରଜେଡି, ରାଜନାଥଙ୍କୁ ପ୍ରଶ୍ନ କଲେ ତେଜସ୍ବୀ

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ସାମିଲ କରାଯାଇ ନାହିଁ । ଏହାକୁ ନେଇ ତେଜସ୍ୱୀ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଏହି ସର୍ବଦଳୀୟ ବୈଠକରେ ରାଜନୈତିକ ଦଳ ସାମିଲ ହେବାକୁ କେଉଁ ମାନଦଣ୍ଡ ରହିଛି । ଅଧିକ ପଢନ୍ତୁ...

କାହିଁକି ସର୍ବଦଳୀୟ ବୈଠକରେ ସାମିଲ ହେଲାନି ଆରଜେଡି: ତେଜସ୍ବୀ

author img

By

Published : Jun 19, 2020, 3:29 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ । ଏହି ବୈଠକରେ ପ୍ରାୟ 20 ଟି ଦଳ ସାମିଲ ହେବେ । ଆଜି ସନ୍ଧ୍ୟା 5ଟା ସମୟରେ ଭର୍ଚୁଆଲ ବୈଠକରେ ଆଲୋଚନା କରାଯିବ । ତେବେ ଏହି ବୈଠକରେ ଦିଲ୍ଲୀ ସରକାର ତଥା ଆମ ଆଦମି ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ବାଦ ଦିଆଯାଇଛି ।

ଏହି ସର୍ବଦଳୀୟ ବୈଠକ ପାଇଁ ଆରଜେଡିକୁ ଡକାଯାଇ ନାହିଁ ବୋଲି ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି । ତେଜସ୍ବୀ କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ବିହାରର ସବୁଠାରୁ ବଡ ଦଳ ଏବଂ ସଂସଦରେ ମଧ୍ୟ ଏହାର 5ଜଣ ସାଂସଦ ଅଛନ୍ତି । କିନ୍ତୁ ଆଜିର ଏହି ବୈଠକରେ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ । କାହିଁକି ଆରଜେଡିକୁ ସର୍ବଦଳୀୟ ବୈଠକ ପାଇଁ ଡକା ଗଲା ସେନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରନ୍ତୁ ।

ଏପଟେ, ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଚୀନ ବିବାଦକୁ ନେଇ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଯେଉଁଥିରେ ଦେଶର ବିଭିନ୍ନ ରାଜନୈତିକ ଦଳ ଏଥିରେ ସାମିଲ ରହିବେ ହେଲେ ଆଞ୍ଚଳିକ ଦଳକୁ କାହିଁକି ଅଲଗା ରଖାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

ସେପଟେ ଆରଜେଡିର ଏଭଳି ପ୍ରଶ୍ନକୁ ନେଇ ଜେଡିୟୁ ପ୍ରବକ୍ତା ରାଜୀବ ରଞ୍ଜନ ଅଭିଯୋଗ କରିଛନ୍ତି ଏଭଳି ଏକ ପ୍ରସଙ୍ଗରେ ରାଜନୀତି ତେଜସ୍ବୀ ରାଜନୀତି କରୁଛନ୍ତି । ସେ କହିଛନ୍ତି ’’ଆରଜେଡି ପ୍ରତ୍ୟେକ ପ୍ରଶ୍ନ ଉପରେ ରାଜନୀତିର ଅଭ୍ୟାସରେ ପରିଣତ ହୋଇଛି। ଆଜି ଦେଶର ସୁରକ୍ଷା ଏବଂ ସାର୍ବଭୌମତ୍ବ ଉପରେ ପ୍ରଶ୍ନ ଉଠିଛି, କିନ୍ତୁ ଆରଜେଡି ପୁଣି ଥରେ ଶସ୍ତା ରାଜନୀତିର ନମୁନା ଉପସ୍ଥାପନ କରିଛି । ‘‘

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.