ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତର-ପୂର୍ବ ଦିଲ୍ଲୀ ଅଞ୍ଚଳରେ ହିଂସା ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ଚିତ୍ର ଏବଂ ଭିଡିଓ ଭାଇରାଲ ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ଏନେଇ ଅଧିକ ସତର୍କ ରହିଛି । ଉତ୍ତର-ପୂର୍ବ ଦିଲ୍ଲୀର ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ବିବେକ ଶର୍ମା ପରିଦର୍ଶନ କରିଛନ୍ତି ।
ସେପଟେ, ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏବେ ବି କୋକୁଆ ଭୟ ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଜଫରଦାବାଦର ଜଣେ ପୋଲିସ ଅଧିକାରୀ କହିଛନ୍ତି । ଦୁଇ ତିନିଦିନ ମଧ୍ୟରେ ପରିସ୍ଥିତି ସମୂର୍ଣ୍ଣ ସ୍ବାଭାବିକ ହେବ ବୋଲି ତାଙ୍କର ବିଶ୍ବାସ ଥିବା ଅଧିକାରୀ ଜଣକ କହିଛନ୍ତି ।
ଗତ ଶନିବାର ପରିସ୍ଥିତି ଶାନ୍ତ ରହିଥିବା ବେଳେ ଦଙ୍ଗାରେ କ୍ଷତି ହୋଇଥିବା ନିଜ ଘରକୁ ସଜାଡିବାରେ ଲାଗିଛନ୍ତି ସ୍ଥାନୀୟ ଲୋକେ। ସେପଟେ,ସୁରକ୍ଷା କର୍ମୀମାନେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଭୟ ଦୂର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ, ପୋଲିସକୁ ଯୋଗାଯୋଗ କରିବା ସହିତ ଗୁଜବ ଖବର ପ୍ରତି ଧ୍ୟାନ ନଦେବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ