ETV Bharat / bharat

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା 30କୁ ବୃଦ୍ଧି - delhi violence death toll

ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଗୁରୁବାର ମୃତ୍ୟୁସଂଖ୍ୟା 30କୁ ଛୁଇଁଛି । ଅଧିକ ପଢନ୍ତୁ...

delhi-violence
ଦିଲ୍ଲୀ ହିଂସା
author img

By

Published : Feb 27, 2020, 10:07 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଏବେସୁଦ୍ଧା 30 ଜଣ ପ୍ରାଣ ହରାଇସାରିଲେଣି । ଦିଲ୍ଲୀର ଜିଟିବି ହସ୍ପିଟାଲରେ 28 ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ 2 ଜଣ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୨୫୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ସେମାନଙ୍କୁ ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ହିଂସା ଘଟଣାରେ ଏବେ ସୁଦ୍ଧା ଦିଲ୍ଲୀ ପୋଲିସ ୧୮ଟି ଏଫଆଇଆର ରୁଜୁ କରିଥିବା ବେଳେ ୧୦୬ ଜଣଙ୍କୁ ଗିରଫ କରିଛି । ତେବେ ବୁଧବାର କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ନାଗରିକଙ୍କ ସହାୟତା ପାଇଁ ଦୁଇଟି ଟେଲିଫୋନ ନମ୍ବର ଜାରି କରାଯାଇଛି । ଯିଏ ଅଭିଯୋଗ କରିବାକୁ ଚାହିଁବେ ୨୨୮୨୯୩୩୪ ଏବଂ ୨୨୮୨୯୩୩୫ ନମ୍ବରକୁ କଲ୍ କରି ଅଭିଯୋଗ କରିପାରିବେ । ଏହା ବ୍ୟତୀତ ସାଧାରଣ ଜନତା ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରି ଅଭିଯୋଗ ଦାୟର କରିପାରିବେ ବୋଲି ଦିଲ୍ଲୀ ପୋଲିସ କହିଛି । ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିସିଟିଭି ଫୁଟେଜ ଆଧାରରେ ହିଂସାକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଉଛି ।

ଅନ୍ୟପକ୍ଷରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଉତ୍ତର-ପୂର୍ବ ଦିଲ୍ଲୀର ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.