ETV Bharat / bharat

'ଜମ୍ମୁ-କାଶ୍ମୀରର ବିକାଶ ପାଇଁ ଆବଶ୍ୟକ ଥିଲା 370 ଧାରାର ଉଚ୍ଛେଦ' - jammu and kashmir

ଜମ୍ମୁ-କାଶ୍ମୀର ଗସ୍ତରେ ଥିବା 25 ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି । 370 ଧାରା ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଘାଟି ପରିଦର୍ଶନ କରିଥିବା ରାଷ୍ଟ୍ରଦୂତ ସେଠାକାର ସ୍ଥିତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ।

envoys
ବିଦେଶୀ ରାଷ୍ଟ୍ରଦୂତ
author img

By

Published : Feb 14, 2020, 9:33 AM IST

ଶ୍ରୀନଗର: ଜମ୍ମୁ କ ଶ୍ମୀର ଗସ୍ତରେ ଥିବା 25 ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି । ସେମାନେ ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ। କଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଘାଟି ପରିଦର୍ଶନ କରିଥିବା ରାଷ୍ଟ୍ରଦୂତ ପ୍ରଦେଶର ସ୍ଥିତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି। ପ୍ରତିନିଧି ମଣ୍ଡଳର କିଛି ସଦସ୍ୟ ଜମ୍ମୁ କଶ୍ମୀର ସ୍ଥିତିକୁ ନେଇ କିଛିଟା ଅସନ୍ତୁଷ୍ଟ ଥିବା ବେଳେ ଆଉ କିଛି ସଦସ୍ୟ ପ୍ରଦେଶର ବ୍ୟବସ୍ଥାକୁ ସୁଚାର ରୂପେ ଚଳାଇବା ପାଇଁ କରାଯାଉଥିବା ପ୍ରୟାସର ପ୍ରଂଶସା କରିଛନ୍ତି। ଏହା ବ୍ୟତୀତ ସେଠାକାର ବିକାଶ ପାଇଁ 370 ଧାରା ଉଚ୍ଛେଦ ଆବଶ୍ୟକ ଥିଲା ବୋଲି ସେମାନେ ଅନୁଭବ କରିଛନ୍ତି ।

ଗୁରୁବାର ଚିନାର କର୍ପ୍ସର କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ କେଜଏସ ଢିଲୋ ରାଷ୍ଟ୍ରଦୂତଙ୍କୁ ଭେଟି ପ୍ରଦେଶର ନିରାପତ୍ତା ପରିସ୍ଥିତି ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ । ଏହାପରେ ସେମାନେ ଜମ୍ମୁରେ ଜମ୍ମୁ କଶ୍ମୀରର ମୁଖ୍ୟ ବିଚାରପତି, ଉପରାଜ୍ୟପାଳ, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ଜମ୍ମୁ ଡିଭିଜନ୍‌ର ସିଭିଲ୍‌ ସୋସାଇଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ମେକ୍ସିକୋ ରାଷ୍ଟ୍ରଦୂତ ଏଫଏସ ଲୋଟେଫନେ ଏହି ଗସ୍ତ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଆମେ ପ୍ରଦେଶ ସ୍ଥିତି ଅନୁଧ୍ୟାନ କରିଛୁ। ଏଠାକାର ସ୍ଥିତି ସାମାନ୍ୟ ହେଉଥିବା ଆମେ ଅନୁଭବ କଲୁ। ହେଲେ ଏହାର ଅର୍ଥ ନୁହେଁ ଯେ ସେଠାରେ କୌଣସି ସମସ୍ୟା ନାହିଁ । ସ୍ଥିତିକୁ ସାମାନ୍ୟ କରିବାର ଇଚ୍ଛା ପରିଲକ୍ଷିତ ହେଉଛି । ଏଠାକାର ଅଧିକାରୀ ମଧ୍ୟ ସ୍ଥିତି ଆହୁରି ଭଲି କରିବା ପାଇଁ ଉତ୍ସୁକତା ଦେଖାଇଛନ୍ତି। '

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.