ହାଇଦ୍ରାବାଦ: ସତ୍ୟ ଓ ଅହିଂସା ମହାତ୍ମା ଗାନ୍ଧୀଙ୍କ ଦୁଇଟି ଅମୂଲ୍ୟ ସମ୍ପଦ । ଏହି ଦୁଇଟିକୁ ପାଥେୟ କରି ସେ ନିଜ ବିରୋଧୀଙ୍କ ହୃଦୟ ଜିତୁଥିଲେ । ଯାହାକି ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ପ୍ରୟୋଗ ହେଉଛି । ବିଭିନ୍ନ ଦାବି ପୂରଣ ପାଇଁ ଅହିଂସା ଉପାୟକୁ ଗଣତନ୍ତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । କେବଳ ସେତିକି ନୁହେଁ ହିଂସାରୁ ଆରମ୍ଭ ହୋଇଥିବା ଅନେକ ଘଟଣାର ଅନ୍ତ ଅହିଂସା ଉପାୟରେ ହିଁ ହେଉଛି ।
ଯାହାର ଅନେକ ଉଦାହରଣ ରହିଛି । ଯେତେବେଳେ ଭାରତ ସରକାରଙ୍କ ସହ ନାଗା ନ୍ୟାସନାଲ କାଉନସିଲ ଓ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ(ଏନଏସସିଏନ)ର ଭୁଲ ବୁଝାମଣା ହୋଇଥିଲା ସେତେବେଳେ ଅଲଗାୱବାଦୀ ଆନ୍ଦୋଳନ ଆରମ୍ଭ କରିଥିଲେ । ଏପରିକି ସେମାନେ ସ୍ବତନ୍ତ୍ର ନାଗା ସଂଘୀୟ ସରକାର ଓ ନାଗା ସଂଘୀୟ ସେନାର ଗଠନ କରିଥିଲେ । ନାଗାଲାଣ୍ଡ ସେତେବେଳେ ହିଂସାର ବହ୍ନିରେ ଜଳୁଥିଲା । ଏନଏସସିଏନର ନେତା ମାନେ ଭାରତୀୟ ନେତାଙ୍କୁ ଭାରତ ଭୂମିରେ ଭେଟିବାକୁ ମନା କରିଦେଇଥିଲେ । ପରେ ନାଗା ନେତାମାନେ ନିଜ ମତ ପରିବର୍ତ୍ତନ କରି ଭାରତ ସରକାର ସହିତ ସାମିଲ ହେବାକୁ ଚାହିଁଥିଲେ ।
ସେହିପରି ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷାର୍ଦ୍ଧରେ କୋରିଆ ଦୁଇ ଭାଗରେ ବିଭକ୍ତ ହେଲା । 1950-53 ମସିହାରେ କୋରିଆ ଯୁଦ୍ଧରେ ଏହା ସମ୍ଭବ ହୋଇଥିଲା । ଏହା ପରେ ଦୁଇ ଦେଶ ଭିତରେ ଅହି ନକୁଳ ସମ୍ପର୍କ ହୋଇଥିଲା । ଏପରିକି ଦକ୍ଷିଣ କୋରିଆକୁ ସମର୍ଥନ କରୁଥିବା ଆମେରିକା ସହ ବି ଉତ୍ତର କୋରିଆର ଯୁଦ୍ଧ ସ୍ଥିତି ଉପୁଜିଥିଲା । ହେଲେ ଏବେ ତିନି ଦେଶ ମଧ୍ୟରେ ବୈଠକ ହୋଇ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ହୋଇଛି ।
ଏପରିକି କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଏପରି ଦେଖିବାକୁ ମିଳିଛି । କିଛିଦିନ ତଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ସମୟରେ ମୋଦି କହିଥିଲେ, ‘ଦେଶ ଏହାକୁ ଦୁଇ ଦେଶ ସମସ୍ୟା ଭାବେ । ଦୁଇ ଦେଶ ବସି ଏହି ସମସ୍ୟାର ସମାଧାନ କରିବୁ ।’
ସେହିପରି ଆଉ ଏକ ଉଦାହରଣ ହେଉଛି, ସର୍ବଭାରତୀୟ କିଶାନ ସଭାରେ ଜଡିତ ଥିବା 35ରୁ 40 ହଜାର କୃଷକ ବିଭିନ୍ନ ଦାବି ନେଇ ଗତବର୍ଷ ଶାନ୍ତି ପୂର୍ଣ୍ଣଭାବେ ନାସିକରୁ ମୁମ୍ବାଇ ପାଖାପାଖି 180 କିଲୋମିଟର ଯାତ୍ରା କରିଥିଲେ । ଫଳରେ ମହାରାଷ୍ଟ୍ର ସରକାର ମଧ୍ୟ ତାଙ୍କର କିଛି ଦାବିକୁ ମାନି ନେଇଥିଲେ ।
ଏହିପରି ଅନେକ ଉଦାହରଣ ରହିଛି ଯାହା ଗାନ୍ଧୀ ଦୁନିଆକୁ ଦେଇଥିବା ଅହିଂସା ତଥା ସତ୍ୟାଗ୍ରହର ପ୍ରତିଫଳନ । ଏପରିକି ଅନେକ ଗାନ୍ଧୀ ବିଚାରଧାରାକୁ ବିରୋଧ କରୁଥିବା ଲୋକ ବି ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି । ଭଗତ ସିଂ ଲହୋର ଜେଲରେ ଥିବାବେଳେ ମଧ୍ୟ କିଛି ଦାବି ପାଇଁ ଉପବାସ କରିଥିବା ଜଣାଯାଏ । ଆହୁରି ଅନେକ ନେତା ତଥା ସ୍ବାଧୀନତା ସଂଗ୍ରାମୀ ଅଛନ୍ତି ଯେକି ଏପରି ଭାବେ ଉପବାସ କରି ତଥା ଅଂହିସା ଉପାୟରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।
ଦକ୍ଷିଣ ଆଫ୍ରିକାର ନେଲସନ ମାଣ୍ଡେଲା ମଧ୍ୟ ଗାନ୍ଧୀଙ୍କ ଅହିଂସା ନୀତିକୁ ମାନୁଥିଲେ । ଯେକି ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇଥିଲେ । ଏପରିକି ପାଲେଷ୍ଟିନଆନ ଅର୍ଗାନାଇଜେସନ ହମାସ ଯାହାକୁ କି ଆମେରିକା ଓ ଇସ୍ରାଇଲ ଗୋଟିଏ ଆତଙ୍କବାଦୀ ସଙ୍ଗଠନ ବୋଲି ବିଚାର କରନ୍ତି । ସେହି ସଙ୍ଗଠନର ଜଣେ ପ୍ରମୁଖ ନେତା ଖଲିଦ୍ ମାସାଲ ଗାନ୍ଧୀଙ୍କୁ ତାଙ୍କ ଆଦର୍ଶ ବୋଲି ମାନନ୍ତି । କାରଣ ଗାନ୍ଧୀ ସେହି ଦୁର୍ବଳ ଲୋକଙ୍କ ପାଇଁ ଉଦାହରଣ ଥିଲେ ଯେକି ନିଜ ହକ ପାଇଁ ସବଳଙ୍କ ବିରୋଧରେ ଲଢେଇ କରୁଥିଲେ ।
ଏମିତିକି ସାଧାରଣ ମଣିଷ ମଧ୍ୟ ସେମାନଙ୍କ ଦାବି ପାଇଁ ଗାନ୍ଧୀଙ୍କ ଉପାୟ ଅବଲମ୍ବନ କରନ୍ତି । କିଛି ଦାବି ପୂରଣ ପାଇଁ ବିଭିନ୍ନ କାର୍ଯ୍ୟାଳୟ ସାମ୍ନାରେ ଲୋକମାନେ ବି ଧାରଣା ଦେଇଥିବାର ଦେଖାଯାଏ । ଯାହାକି ଗାନ୍ଧୀଙ୍କ ସତ୍ୟାଗ୍ରହର ଏକ ଉଦାହରଣ । କୌଣସି ଉପରିସ୍ଥ କର୍ମଚାରୀଙ୍କ ଧ୍ୟାନ ଆର୍କଷଣ କରିବା ପାଇଁ ଏହି ଉପାୟ ସର୍ବଶ୍ରେଷ୍ଠ ଉପାୟ ବୋଲି ଧରାଯାଉଛି ।
ସେହିପରି ଗଣତନ୍ତ୍ରରେ ସତ୍ୟ ଓ ଅହଂସା ବଳରେ ମତାନ୍ତର ହୋଇଥାଏ ଯାହାକି ଗାନ୍ଧୀଙ୍କର ଏକ ଅବଦାନ । ତେବେ ବର୍ତ୍ତମାନ କାଳରେ ମତଭେଦକୁ ଗଣତନ୍ତ୍ରର ଏକ ଅଂଶ ବୋଲି ମନାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ