ETV Bharat / bharat

ଶାହିନବାଗ: ୬୯ ଦିନ ପରେ ସ୍ବଳ୍ପ ସମୟ ପାଇଁ ଖୋଲିଲା ନୋଏଡା-ଫରିଦାବାଦ ରାସ୍ତା

ଦୀର୍ଘ ୬୯ ଦିନ ପରେ ଶୁକ୍ରବାର ସ୍ବଳ୍ପ ସମୟ ପାଇଁ ଖୋଲିଲା ନୋଏଡା-ଫରିଦାବାଦ ରାସ୍ତା । ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଯୋଗୁଁ ବନ୍ଦ ଥିଲା ରାସ୍ତା । ଅଧିକ ପଢନ୍ତୁ...

noida-faridabad-road
ନୋଏଡା-ଫରିଦାବାଦ ରାସ୍ତା
author img

By

Published : Feb 21, 2020, 7:13 PM IST

ନୂଆଦିଲ୍ଲୀ: ଦୀର୍ଘ ୬୯ ଦିନ ପରେ ଶୁକ୍ରବାର ସ୍ବଳ୍ପ ସମୟ ପାଇଁ ଖୋଲିଲା ନୋଏଡା-ଫରିଦାବାଦ ରାସ୍ତା । ହେଲେ ବିରୋଧ ହେବା ପରେ ଏହାକୁ ପୁଣିଥରେ ବନ୍ଦ କରିଦିଆଯାଇଛି । ଶହୀନବାଗରେ ଜାରି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୀର୍ଘ ଦିନରୁ ବନ୍ଦ ରହିଛି ଏହି ରାସ୍ତା । ନୋଏଡ଼ାର ମହାମାୟା ଫ୍ଲାଏଓଭର୍‌ରୁ ପଡ଼ିଥିବା ଏହି ରାସ୍ତା ଦିଲ୍ଲୀ ଏବଂ ଫରିଦାବାଦକୁ ସଂଯୋଗ କରୁଛି ।

ତେବେ ଶୁକ୍ରବାର ସକାଳୁ କାଳିନ୍ଦିଗୁଞ୍ଜରୁ ଫରିଦାବାଦକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବସ୍‌ ଖରାପ ହୋଇଯାଇଥିଲା । ଯାହା ଫଳରେ ସେଠାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଏହି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପୋଲିସକୁ ସ୍ବଳ୍ପ ସମୟ ପାଇଁ ନୋଏଡା-ଫରିଦାବାଦ ରାସ୍ତା ଖୋଲିବାକୁ ପଡିଥିଲା ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌ ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଶହିନବାଗରେ 2 ମାସରୁ ଊର୍ଦ୍ଧ୍ବ ସମୟ ହେବ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରତିବାଦ ଯୋଗୁଁ କାଳିନ୍ଦୀକୁଞ୍ଜରୁ ଶାହିନବାଗକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରିଦିଆଯାଇଥିଲା । ଯାହା ଫଳରେ ନୋଏଡା-ଫରିଦାବାଦକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବନ୍ଦ କରିଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.