ନୂଆଦିଲ୍ଲୀ: ନୋଏଡା କର୍ତ୍ତୃପକ୍ଷ ତାର 5ଟି କମ୍ୟୁନିଟି ରୋଷେଇ ଘର ଏବଂ କର୍ପୋରେଟ୍, ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରେ ନୋଏଡା ଠାରେ 20 ଲକ୍ଷରୁ ଅଧିକ ଖାଦ୍ୟ ବଣ୍ଟନ କରିଛନ୍ତି । ସହରରେ ସମୁଦାୟ 20 ଲକ୍ଷ 65 ହଜାର 302 ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ ।
ସିଇଓ ରିତୁ ମହେଶ୍ୱର ନୋଏଡା ବାସିନ୍ଦାଙ୍କୁ ଘରେ ରହିବାକୁ ଏବଂ ମହାମାରୀ କୋରୋନା ଭାଇରସର ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଦୟାକରି ଘରେ ରୁହନ୍ତୁ ଏବଂ କୋଭିଡ -19 ମହାମାରୀର ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରନ୍ତୁ।
ନୋଏଡାରେ ଅଭାବୀଙ୍କ ସଂଖ୍ୟା ବୃଦ୍ଧି ସହିତ, ପ୍ରାଧିକରଣ ଏହାର ଭଙ୍ଗେଲ୍ କମ୍ୟୁନିଟି ରୋଷେଇ ଘରେ ଏକ ଯାନ୍ତ୍ରିକ ରୁଟି ତିଆରି ମେସିନ୍ ସ୍ଥାପନ କରିଛି ଯାହା ଗରିବ ଓ ଭୋକିଲାଙ୍କ ଆବଶ୍ୟକତାକୁ ପୁରଣ କରିବ । ଗତ ସପ୍ତାହରେ ଗରିବ ଓ ଭୋକିଲାଙ୍କ ଘରେ ଖାଇବା ପହଞ୍ଚାଇବା ପାଇଁ ନୋଏଡା ଅଥରିଟି ଏକ 'ମେନ୍ ଅନ୍ ହ୍ୱିଲ୍' ପଦକ୍ଷେପ ଆରମ୍ଭ କରିଛନ୍ତି । ଯାହା ଦ୍ବାରା ବହୁ ଲୋକଙ୍କୁ ଅତି ସହଜରେ ଖାଦ୍ୟ ଦିଆଯାଇପାରିବ ।
ଏହାପୂର୍ବରୁ, ନୋଏଡା ଅଥରିଟି ଲକଡାଉନ୍ ମଧ୍ୟରେ ନୋଏଡା ଅଥରିଟି ଆପୁର୍ତ୍ତି ସୁବିଧା ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରିଥିଲେ । ଲୋକଙ୍କୁ ସେମାନଙ୍କ ଦ୍ୱାରରେ ଜରୁରୀ ଜିନିଷ ପହଞ୍ଚାଇବା ପାଇଁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଆପ ଲଞ୍ଚ ହୋଇଥିଲା । ଏହି ଆପ୍ ମାଧ୍ୟମରେ ବାସିନ୍ଦାମାନେ ଖାଦ୍ୟ ସାମଗ୍ରୀ, ପନିପରିବା, ଫଳ ଏବଂ ଔଷଧ ଅର୍ଡର କରିପାରିବେ ଯାହା ବିନା କୌଣସି ଅସୁବିଧାରେ ସେମାନଙ୍କୁ ପ୍ରଦାନ କରାଯିବ ।