ETV Bharat / bharat

100 କୋଟି ଠକେଇ ମାମଲାରେ 70 ବର୍ଷିୟା ବୃଦ୍ଧା ଗିରଫ - 100 କୋଟି ଠକେଇ ମାମଲା

ଚାକିରୀ ଦେବା ନାଁରେ 100 କୋଟି ଟଙ୍କା ଠକେଇ ମାମଲାରେ ନୋଏଡା ପୋଲିସ ଜଣେ ବୃଦ୍ଧାଙ୍କୁ ଗିରଫ କରିଛି । 100 କୋଟି ଠକେଇ ମାମଲାରେ ପଳାତକ ମାଷ୍ଟର ମାଇଣ୍ଡ ରାଜେଶ କୁମାରଙ୍କ ଇଏ ହେଉଛନ୍ତି 70 ବର୍ଷ ବୟସ୍କା ମା’ ସୀମା ଦେବୀ । ଅଧିକ ପଢନ୍ତୁ...

100 କୋଟି ଠକେଇ ମାମଲାରେ 70 ବର୍ଷିୟା ବୃଦ୍ଧା ଗିରଫ

author img

By

Published : Aug 29, 2020, 6:15 PM IST

ଲକ୍ଷ୍ନୌ: ଚାକିରୀ ଦେବା ନାଁରେ 100 କୋଟି ଟଙ୍କା ଠକେଇ ମାମଲାରେ ନୋଏଡା ପୋଲିସ ଜଣେ ବୃଦ୍ଧାଙ୍କୁ ଗିରଫ କରିଛି। 100 କୋଟି ଠକେଇ ମାମଲାରେ ପଳାତକ ମାଷ୍ଟର ମାଇଣ୍ଡ ରାଜେଶ କୁମାରଙ୍କ ଇଏ ହେଉଛନ୍ତି 70 ବର୍ଷ ବୟସ୍କା ମା’ସୀମା ଦେବୀ । କୁହାଯାଉଛି ଯେ ଅଭିଯୁକ୍ତଙ୍କ ମା ମଧ୍ୟ ତାଙ୍କ ସହ ଅନେକ କମ୍ପାନୀରେ ଅଂଶୀଦାର ଅଟନ୍ତି।

ପୋଲିସ ସୂଚନାନୁସାରେ, ଗିରଫ ସୀମା ଦେବୀଙ୍କ ଠାରୁ ନକଲି ଡକ୍ୟୁମେଣ୍ଟ ବ୍ୟତୀତ ଅନେକ ଘରୋଇ ଚ୍ୟାନେଲର ନକଲି ଆଇକାର୍ଡ ମଧ୍ୟ ଜବତ କରାଯାଇଛି। ଆପଣଙ୍କ କହି ରଖୁଛୁ ଯେ, ପୋଲିସ ଷ୍ଟେସନ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ହାଇପର ମାର୍ଟ କମ୍ପାନୀ ବିରୋଧରେ 8 ଜଣ ମାମଲ ରୁଜ୍ଜୁ କରିଛନ୍ତି ଏବଂ 22ଟି ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ସମସ୍ତ କମ୍ପାନୀ ନକଲି ଏବଂ ଚାକିରୀ, ଫ୍ରାଞ୍ଚାଇଜ ଦେବା ନାମରେ ଲୋକଙ୍କୁ ପ୍ରତାରଣା କରିଛି ।

ପୋଲିସ ଏହି ଠକମାନଙ୍କ ଠାରୁ ସୁନା ବିସ୍କୁଟ, ଅଳଙ୍କାର, ରୂପା ମୁଦ୍ରା ଏବଂ ବହୁ ଦାମୀ ବିଳାସପୂର୍ଣ୍ଣ କାର୍ ଜବତ କରିଛି । ଏଥିସହ ବିପୁଳ ପରିମାଣର ଇଲେକ୍ଟ୍ରୋନିକ୍ ସାମଗ୍ରୀ ସମେତ 117 ଏଟିଏମ୍, 71 ପାନ୍ କାର୍ଡ, 9 ଆଧାର କାର୍ଡ, 19 ଭୋଟର ଆଡିକାର୍ଡ,17 ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି । ପୋଲିସ କହିବାନୁସାରେ, ସେମାନଙ୍କ ନିକଟରୁ ସୁନା ବିସ୍କୁଟ ଏବଂ ଅଳଙ୍କାରର ଓଜନ 3.330 କିଲୋଗ୍ରାମ, 242 ଗ୍ରାମ ଓଜନର ରୂପା ମୁଦ୍ରା, 13,54,550 ନଗଦ ଟଙ୍କା ମିଳିବା ସହ ଆକାଉଣ୍ଟରୁ 56 ଲକ୍ଷ ଟଙ୍କା ମିଳିଛି । ଏହି ଘଟଣାର ଗଭୀର ତଦନ୍ତ କରାଯାଉଛି । ଠକେଇରେ ସମ୍ପୃକ୍ତ କେହି ବି ରକ୍ଷା ପାଇବେ ନାହିଁ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.