ମୁମ୍ବାଇ: ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଶିବସେନାର ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ।
ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ବିହାର ନିର୍ବାଚନରେ ମହାମେଣ୍ଟ ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ସେ ପୁନେର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରକାଶ କରିଛନ୍ତି । ବିହାର ନିର୍ବାଚନରେ ସମସ୍ତ ଘଟଣାରେ ନଜର ରଖାଯାଇଛି ବୋଲି କହିଛନ୍ତି ସଞ୍ଜୟ ।
ତେଜସ୍ବୀ ଯାଦବଙ୍କୁ ନେଇ କହିଛନ୍ତି ସେ ଏକ ଯୁବ ନେତା । ତାଙ୍କ ପାଖରେ କୌଣସି ସୁରକ୍ଷା କବଚ ନାହିଁ । ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଭୟଭୀତ କରୁଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି।