ETV Bharat / bharat

‘ଆୟ ପାଇଁ ବାଲାଜୀଙ୍କ ମନ୍ଦିର ଖୋଲାଯାଉନାହିଁ ’ - Tirupati Temple

ଆୟ ପାଇଁ ମନ୍ଦିର ପ୍ରଶାସନ ପ୍ରଭୁ ବାଲାଜୀଙ୍କ ଦର୍ଶନ ଅନୁମତି ପ୍ରସଙ୍ଗରେ କୌଣସି ସତ୍ୟତା ନାହିଁ ବୋଲି ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଂଘଲ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

‘ଆୟ ପାଇଁ ବାଲାଜୀଙ୍କ ମନ୍ଦିର ଖୋଲାଯାଉନାହିଁ ’

author img

By

Published : Aug 11, 2020, 6:18 AM IST

ତିରୁପତି: ଆୟ ପାଇଁ ମନ୍ଦିର ପ୍ରଶାସନ ପ୍ରଭୁ ବାଲାଜୀଙ୍କ ଦର୍ଶନ ଅନୁମତି ପ୍ରସଙ୍ଗରେ କୌଣସି ସତ୍ୟତା ନାହିଁ ବୋଲି ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଂଘଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏପରି ସମାଲୋଚନାର ସତ୍ୟତା ନାହିଁ । କିଛି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏପରି ପ୍ରଚାର କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିରରେ ଦିନକୁ 12,000 ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏହା ସହ ସ୍ଥାନୀୟ ତିରୁମାଲାରେ କୋରୋନା ମାମଲା ବୃଦ୍ଧି ହେବାର କାରଣ ‘ତିରୁମାଲାରେ ଦର୍ଶନ’ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି।

କୋରୋନା ମାମଲା ସଂଖ୍ୟା ଦର୍ଶାଇ ସିଂଘଲ ଆହୁରି ମଧ୍ୟ କହିଛନ୍ତି, ‘ଆଜି ପର୍ଯ୍ୟନ୍ତ 743 ଟିଟିଡି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 402 ଜଣ ସୁସ୍ଥ ହୋଇସାରିଛନ୍ତି, 338 ଜଣ ଚିକିତ୍ସିତ ହେଉଛନ୍ତି ଏବଂ ତିନିଜଣଙ୍କ ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ଭକ୍ତଙ୍କ ସଂଖ୍ୟା ହ୍ରାସ ହେବାର କାରଣ ବର୍ଣ୍ଣନା କରି ସିଂଘଲ କହିଛନ୍ତି ଯେ, ତିରୁପତି ସହରରେ ଆଂଶିକ ଲକଡାଉନ କରାଯାଉଥିବାରୁ କିଛି ଦିନ ହେବ ମାଗଣା ଦର୍ଶନ ଟୋକୋନ ବନ୍ଦ କରାଯାଇଛି। ଦେଶରେ କୋରୋନା ମାମଲା ସଂଖ୍ୟା ବୃଦ୍ଧି ହେତୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି, ତଥାପି ଗତ ଦୁଇ ତିନି ଦିନରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଗତ ଜୁଲାଇ 31ରେ ତିରୁଚାନୁର ଦେବୀ ପଦ୍ମାବତୀ ମନ୍ଦିରରେ ଅନଲାଇନ୍ 'ଭରଲକ୍ଷ୍ମୀ ବ୍ରତ' କରାଯାଇଥିଲା, ଯେଉଁଠାରେ 3,507 ଦମ୍ପତି ଅଂଶଗ୍ରହଣ କରିଥିଲେ। ସେହିଭଳି ତିରୁମାଲାର ପ୍ରଭୁ ବାଲାଜୀ ମନ୍ଦିରରେ ଅନଲାଇନ୍ କଲ୍ୟାଣ ଉତ୍ସବମ୍ ଆୟୋଜିତ ହୋଇଛି । ଆସନ୍ତା ଅଗଷ୍ଟ 7 ପାଇଁ 118ଟି ଦମ୍ପତି ଟିକେଟ ବୁକ୍ କରିଛନ୍ତି । ସେହିପରି ଅଗଷ୍ଟ 8 ପାଇଁ 597 ଦମ୍ପତି ଏବଂ 256 ଦମ୍ପତି ଅଗଷ୍ଟ 9 ପାଇଁ ଟିକେଟ ବୁକ୍ କରିଛନ୍ତି।

ଜୁଲାଇ ମାସରେ ପ୍ରାୟ 2.3 ଲକ୍ଷ ଭକ୍ତ ଭଗବାନ ବାଲାଜୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ସେଥିରେ ଭଗବାନ ବାଲାଜୀ ମନ୍ଦିରରେ ଇ-ହୁଣ୍ଡିର ଆୟ 3.57 କୋଟି ଟଙ୍କା ଥିବାବେଳେ ତିରୁଚାନୁର ପଦ୍ମାବତୀ ମନ୍ଦିରରେ 8.16 ଲକ୍ଷ ଆୟ ରହିଥିଲା । ଏହା ସହ ମନ୍ଦିରରେ 2.59 ଲକ୍ଷ ଭକ୍ତ ପ୍ରସାଦ ସେବନ କରିଥିବା ସିଂଘଲ ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.