ETV Bharat / bharat

‘କୋଭିଡ-19 ବାୟୁବାହିତ ନୁହେଁ’ - coronavirus news

ନୋଭେଲ କୋରୋନା ବା କୋଭିଡ-19 ବାୟୁବାହିତ ନୁହେଁ ବୋଲି ସ୍ପଷ୍ଟ କଲା WHO । ଏହା କେବଳ ଥଣ୍ଡା,କାଶ କିମ୍ବା ଜ୍ବର ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ହିଁ ହୋଇଥାଏ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

No reports of Covid-19''s airborne spread
‘କୋଭିଡ-19 ବାୟୁବାହିତ ନୁହେଁ’
author img

By

Published : Mar 24, 2020, 8:57 AM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ପ୍ରସାର ହେଉଥିବା ମିଥ୍ୟା ଗୁଜବକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର ଖଣ୍ଡନ । ନୋଭେଲ କୋରୋନା ବା କୋଭିଡ-19 ବାୟୁବାହିତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛି WHO ।

WHOର ଆଞ୍ଚଳିକ ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଳ କହିଛନ୍ତି, ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ ଯେ କୋରୋନା ବାୟୁବାହିତ ରୋଗ । ବର୍ତ୍ତମାନ ସୁଦ୍ଧା କୋରୋନାକୁ ନେଇ ଯେତିକି ପରୀକ୍ଷା କରାଯାଇଛି ତାହା କେବଳ ଥଣ୍ଡା,କାଶ କିମ୍ବା ଜ୍ବର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ହିଁ ହୋଇଥାଏ ବୋଲି ଜଣାପଡିଛି ।

ଚୀନ ଅଧିକାରୀଙ୍କ ଅନୁୟାୟୀ, କୋରୋନା ବାୟୁବାହିତ ହେବାର ସମ୍ଭାବନା ରହିଛି । ହେଲେ ଏହା ହସ୍ପିଟାଲର ଆଇସିୟୁ, ସିସିୟୁ ଭଳି ସ୍ଥାନରେ ସଂକ୍ରମିତ ହେବାର ସମ୍ଭାବନା ରଖୁଛି । କିନ୍ତୁ ଏ ଦିଗରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ହାତକୁ ବାରମ୍ବାର ଧୋଇବା ସହ ନିଶ୍ବାସ ପ୍ରଶ୍ବାସକୁ ସ୍ବଚ୍ଛ ରଖିବାକୁ ।

ସୌଜନ୍ୟ:@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.