ETV Bharat / bharat

'ସୋସିଆଲ ମିଡିଆ ସହ ସଂଯୋଗ ହେବନି ଆଧାରକାର୍ଡ'

author img

By

Published : Feb 5, 2020, 7:51 PM IST

ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରୋଫାଇଲରେ ସଂଯୋଗ ହେବନାହିଁ ଆଧାରକାର୍ଡ । କେନ୍ଦ୍ର ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ବୁଧବାର ଲୋକସଭାରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅଧିକ ପଢନ୍ତୁ...

loksabha
ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରୋଫାଇଲରେ ସଂଯୋଗ ହେବନାହିଁ ଆଧାରକାର୍ଡ । କେନ୍ଦ୍ର ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ବୁଧବାର ଲୋକସଭାରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଲୋକସଭାରେ ଗୌରବ ଗୋଗାଇ, ସୁନୀଲ ବାବୁରାଉ ମଣ୍ଡେ ଏବଂ ଅନ୍ୟ କିଛି ସାଂସଦ ସୋସିଆଲ ମିଡିଆରେ ଆଧାରକାର୍ଡ ସଂଯୋଗ କରିବା ନେଇ ପ୍ରଶ୍ନ କରିଥିଲେ । ଯାହାର ଜବାବରେ କେନ୍ଦ୍ର ଆଇନ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।

ସେ କହିଛନ୍ତି, ଆଜିର ଦିନରେ ଚାଇଲ୍ଡ ପର୍ନୋଗ୍ରାଫି ସବୁଠୁ ବଡ ସମସ୍ୟା ପାଲଟିଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏହା ବିରୋଧରେ ଲଢେଇ ଜାରି ରଖିଛନ୍ତି । ସୋସିଆଲ ମିଡିଆର ଦୁରୁପୋଯୋଗ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନେକ ଉପାୟ ଆପଣା ଯାଇଛି। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ସହ ମିଶି କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ସେପଟେ ସୋସିଆଲ ମିଡିଆର ଦୂରୁପଯୋଗ ଉପରେ ସଂସଦରେ ଚର୍ଚ୍ଚା କରିବାକୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରସ୍ତାବ ରଖିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.