ETV Bharat / bharat

'ଉପଭୋକ୍ତା ସୁରକ୍ଷା ଆଇନରେ ନାହାଁନ୍ତି ଆଇନଜୀବୀ ' - bar council of delhi

ଉପଭୋକ୍ତା ସୁରକ୍ଷା ଅଧିନିୟମ 2019 ଅନୁଯାୟୀ ଆଇନଜୀବୀଙ୍କୁ ଅନ୍ତର୍ଭୂକ୍ତ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନ | ଅଧିକ ପଢନ୍ତୁ....

no-proposal-to-include-layers-under-consumer-protection-act-says-ram-vilas-paswan
'ଉପଭୋକ୍ତା ସୁରକ୍ଷା ଆଇନରେ ଆଇନଜୀବୀଙ୍କୁ ଅନ୍ତର୍ଭୂକ୍ତ କରିବା ପ୍ରସ୍ତାବ ନାହିଁ '
author img

By

Published : Mar 15, 2020, 5:13 AM IST

ନୂଆଦିଲ୍ଲୀ: ଉପଭୋକ୍ତା ସୁରକ୍ଷା ଅଧିନିୟମ 2019ରେ ଆଇନଜୀବୀଙ୍କୁ ଅନ୍ତର୍ଭୂକ୍ତ କରିବାର କୌଣସି ପ୍ରସ୍ତାବ ନାହିଁ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ। ଏହି ଆଇନରେ ସାମିଲ କଲେ ଆଇନଜୀବୀ ମାନଙ୍କର ବୃତ୍ତିଗତ କାର୍ଯ୍ୟକଳାପ ଉପରେ କୁପ୍ରଭାବ ପକାଇବ ବୋଲି ବାର କାଉନସିଲ କହିଛି ।

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପାଶୱାନ କହିଛନ୍ତି ମୁଁ ବର୍ତ୍ତମାନ ସ୍ପଷ୍ଟ କରିବା ପାଇଁ ଚାହୁଁଛି ଉପଭୋକ୍ତା ସୁରକ୍ଷା ଆଇନ 2019ରେ ଆଇନଜୀବୀ ମାନଙ୍କୁ ସାମିଲ କରିବା କୌଣସି ପ୍ରସ୍ତାବ ନାହିଁ । ବର୍ତ୍ତମାନ ସେହିଭଳି ଉପଭୋକ୍ତା ସୁରକ୍ଷା ଆଇନ 2019ରେ କୌଣସି ସଂଶୋଧନ ପ୍ରସ୍ତାବ ମଧ୍ୟ ନାହିଁ । କେନ୍ଦ୍ର ସରକାର ଆଇନଜୀବୀ ମାନଙ୍କୁ ଉପଭକ୍ତା ସୁରକ୍ଷା ଆଇନରେ ସାମିଲ କରିବା ପାଇଁ ପ୍ରସ୍ତାବ ଆଣିଛନ୍ତି ବୋଲି ଏହାକୁ ବିରୋଧ କରି ବାର କାଉନସିଲ ଅଫ ଇଣ୍ଡିଆ ଓ ଦିଲ୍ଲୀ ବାର କାଉନସିଲ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନକୁ ଚିଠି ଲେଖିଥିଲେ।

ସୂଚନାଥାଉକି ନିକଟରେ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ଏହାକୁ ବିରୋଧ କରି ଧଳା ରିବନ ପରିଧାନ କରି ପ୍ରତିବାଦ କରିଥିଲେ । ଏହି ଆଇନ ଦ୍ବାରା ଆଇନଜୀବୀ ବୃତ୍ତିଗତ କାର୍ଯ୍ୟକଳାପ ଉପରେ କୁପ୍ରଭାବ ପକାଇବ ସହ ଅସ୍ପଷ୍ଟ ଅଭିଯୋଗକୁ ଉତ୍ସାହିତ କରିବ ବୋଲି ବାର କାଉନସିଲ କହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.