ETV Bharat / bharat

ରାଜ୍ୟରେ କୋରୋନା ଭାଇରସ ପଜେଟିଭ ରିପୋର୍ଟ ନାହିଁ: ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Mar 11, 2020, 10:33 AM IST

Updated : Mar 11, 2020, 10:50 AM IST

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜ୍ୟରେ କୋରୋନା ଭାଇରସ ମାମଲା ନାହିଁ, ତେଣୁ ଭୟଭୀତ ହୁଅନ୍ତୁ ନାହିଁ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ହାଇଦ୍ରାବାଦ: ଭାରତରେ କୋରୋନା କାୟା ବିସ୍ତାର ଆରମ୍ଭ କରିଦେଲାଣି । ବର୍ତ୍ତମାନ ସୁଦ୍ଧା କୋରୋନାରେ 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ରିପୋର୍ଟ ରହିଛି । ଏପରିସ୍ଥଳେ ବିଭିନ୍ନ ରାଜ୍ୟ ସରକାର କୋରୋନା ପ୍ରତିହତ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜ୍ୟରେ କୋରୋନା ଭାଇରସ ମାମଲା ନାହିଁ ଏବଂ ଲୋକଙ୍କୁ ଭୟଭୀତ ନହେବା ପାଇଁ ଅନୁରୋଧ ।

ମନ୍ତ୍ରୀ କହିଛନ୍ତି ଯେ, କୋରୋନା ଭାଇରସ୍ ନେଇ ରାଜ୍ୟରେ କୈଣସି ପଜେଟିଭ ମାମଲା ନାହିଁ । ସୌଭାଗ୍ୟବଶତଃ ଦୁବାଇରୁ ଆସିଥିବା ବ୍ୟକ୍ତିଙ୍କ ପାଇଁ ରିପୋର୍ଟ ନେଗେଟିଭ ରହିଛି । ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଏବଂ ସ୍ବତନ୍ତ୍ର ଡିଜିଟାଲ୍ ଥର୍ମାଲ୍ ସ୍କ୍ରିନିଂ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (RGIA) ରେ କରାଯାଇଛି |

ମଙ୍ଗଳବାର ଜଣେ ସନ୍ଦିଗ୍ଧ ରୋଗୀଙ୍କ ଦ୍ବିତୀୟ ଥର ସ୍ବାସ୍ଥ ପରୀକ୍ଷା ହୋଇଛି ଓ ଆସନ୍ତାକାଲି ରିପୋର୍ଟ ଆସିବା । 14 ଦିନ ପରେ ତାଙ୍କୁ ଡିସଚାର୍ଜ କରାଯିବ । ତାଙ୍କୁ ପୃଥକ ଭାବରେ ରଖାଯାଇଛି ଓ ସେ 4 ଦିନ ପରେ ଡିସଚାର୍ଜ ହେବେ ।

ସେହପରି ବିମାନବନ୍ଦରରେ ଯେଉଁମାନେ ବିଦେଶରୁ ଭାରତକୁ ଫେରୁଛନ୍ତି ଏବଂ ବିଦେଶରେ ପାଠ ପଢିବା ପାଇଁ ଯାଇଛନ୍ତି ଏବଂ ବିଦେଶରେ କାମ କରୁଛନ୍ତି ଫେରିଲା ପରେ ସେମାନଙ୍କୁ ବିମାନବନ୍ଦରରେ ଥର୍ମାଲ୍ ସ୍କାନ କରାଯାଉଛି । ଏଥିପାଇଁ 200 କର୍ମଚାରୀ, 2 ଡାକ୍ତର ଏବଂ 2 ନର୍ସ ରାତିସାରା ସମସ୍ତ ଏୟାର ବ୍ରିଜ୍ ନିକଟରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନବନ୍ଦରରେ ଆମେ 41,102 ସଦସ୍ୟଙ୍କୁ ସ୍କାନ କରାଯାଇଛି, ଯେଉଁଥିରୁ 271 ଜଣ ସନ୍ଦେହଜନକ ଥିଲେ କିନ୍ତୁ ସେମାନେ ରିପୋର୍ଟ ନେଗେଟିଭ ରହିଥିଲା ।

ସୂଚନା ଯେ, ଦେଶରେ କୋରୋନା ଭାଇରସର ଆକ୍ରାନ୍ତ ମାମଲା 50 ରେ ପହଞ୍ଚିଛି ଏବଂ ସେଥିମଧ୍ୟରୁ 34 ଜଣ ଭାରତୀୟ ନାଗରିକ ଏବଂ 16 ଜଣ ଇଟାଲୀର ନାଗରିକ ବୋଲି ମଙ୍ଗଳବାର ଦିନ ସ୍ବତନ୍ତ୍ର ସଚିବ (ସ୍ବାସ୍ଥ୍ୟ) ସଞ୍ଜୀବ କୁମାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ଯୋଗୁଁ ଦେଶରେ କୈଣସି ମୃତ୍ୟୁ ହୋଇନାହିଁ ।

Last Updated : Mar 11, 2020, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.