ETV Bharat / bharat

ବିହାର ନିର୍ବାଚନରେ ଷ୍ଟାର ପ୍ରଚାରକ ହେବେନି କଙ୍ଗନା: ଫଡନାଭିସ୍ - ଷ୍ଟାର ପ୍ରଚାରକ ହେବେନି କଙ୍ଗନା

କଙ୍ଗନା ରଣାୱତ ବିହାର ନିର୍ବାଚନରେ ଷ୍ଟାର ପ୍ରଚାରକ କରିବେ ନାହିଁ । ଏନେଇ ବିହାରରେ ବିଜେପିର ନିର୍ବାଚନ ଦାୟିତ୍ୱରେ ଥିବା ପୂର୍ବତନ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି । ଅଧିକ ପଢନ୍ତୁ...

ବିହାର ନିର୍ବାଚନରେ ଷ୍ଟାର ପ୍ରଚାରକ ହେବେନି କଙ୍ଗନା

author img

By

Published : Sep 14, 2020, 3:12 PM IST

ପାଟନା: ଦିବଙ୍ଗତ ସୁଶାନ୍ତ ସିଂ ହତ୍ୟା ମାମଲାରେ ଏବେ ବଲିଉଡର କୁଇନ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । କଙ୍ଗନ ରଣାୱତଙ୍କୁ ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ କରାଯାଉଛି । ଯାହାକୁ ନେଇ ବିହାର ନିର୍ବାଚନ ସମୟରେ କଙ୍ଗନା ରଣାୱତ ବିଜେପି ପକ୍ଷରୁ କ୍ୟାମ୍ପେନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି ଅପ ପ୍ରଚାରକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଖଣ୍ଡନ କରିଛନ୍ତି ।

ଏଥିସହ ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି, ଶିବସେନା ମୁଖ୍ୟ ମହାମାରୀ କୋରୋନା ଅପେକ୍ଷା କଙ୍ଗନା ସହ ଲଢେଇ କରିବାକୁ ଅଧିକ ଆଗ୍ରହୀ ମନେ ହେଉଛି ।

ବିହାର ବିଜେପିର ନିର୍ବାଚନ ଦାୟିତ୍ୱରେ ନିଯୁକ୍ତ ଫଡନାଭିସ ଗଣମାଧ୍ୟମକୁ କହିଛନ୍ତି ଯେ, ଏନଡିଏ ପାଇଁ କୌଣସି ଷ୍ଟାର ପ୍ରଚାରକଙ୍କ ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦଳର ସବୁଠାରୁ ବଡ ଷ୍ଟାର ପ୍ରଚାରକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.