ETV Bharat / bharat

ଦେଶରେ କୋରୋନା ପଜିଟିଭ ସଂଖ୍ୟା 4421କୁ ବୃଦ୍ଧି, 24 ଘଣ୍ଟାରେ 354ଟି ନୂଆ ମାମଲା - କୋରୋନା ପଜିଟିଭ ସଂଖ୍ୟା 4421କୁ ବୃଦ୍ଧି

ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 4421କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

no of positive cases in india increases to 4421, 5 death reported in last 24 hours
ଦେଶରେ କୋରୋନା ପଜିଟିଭ ସଂଖ୍ୟା 4421କୁ ବୃଦ୍ଧି, 24 ଘଣ୍ଟାରେ 354ଟି ନୂଆ ମାମଲା
author img

By

Published : Apr 7, 2020, 10:46 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ କୋରୋନାରେ 5ଟି ମୃ୍ତ୍ୟୁ ସହ 354ଟି ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 4421କୁ ବୃଦ୍ଧି ପାଇଛି ।

ସେହିପରି 3981 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 114 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 325 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ 748 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 621, ଦିଲ୍ଲୀରେ 523, କେରଳରେ 327, ତେଲେଙ୍ଗାନା 321, ଉତ୍ତରପ୍ରଦେଶରେ 305, ରାଜସ୍ଥାନରେ 288 ଓ ଆନ୍ଧ୍ରପ୍ରଦେଶରେ 266 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 45 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 12, ମଧ୍ୟପ୍ରଦେଶରେ 9, ଦିଲ୍ଲୀ ଓ ତେଲେଙ୍ଗାନାରେ 7, ତାମିନାଡୁରେ 5, କର୍ଣ୍ଣାଟକରେ 4, ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.