ETV Bharat / bharat

୨୪ ଘଣ୍ଟାରେ 9ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ଆସିନି ନୂଆ କୋରୋନା ରିପୋର୍ଟ: ହର୍ଷ ବର୍ଦ୍ଧନ - ଦେଶରେ କୋରୋନା ରିପୋର୍ଟ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କୌଣସି ନୂତନ COVID-19 ରୋଗୀ ରିପୋର୍ଟ ହୋଇନାହିଁ । ଏହାସହ ଚିନ୍ତାଜନକ ଖବର ଭାବେ କୋରୋନା କେସ ଦ୍ବିଗୁଣିତ ହେବାର ହାର 12.6 ଦିନକୁ ବୃଦ୍ଧି ପାଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

No new COVID-19 cases
No new COVID-19 cases
author img

By

Published : May 13, 2020, 11:38 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମିଶ୍ରିତ ଖବର ଦେଇଛନ୍ତି । ଗୋଟିଏ ପଟେ ଶୁଭଙ୍କର ଖବର ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କୌଣସି ନୂତନ COVID-19 ରୋଗୀ ରିପୋର୍ଟ ହୋଇନାହିଁ । ଏହାସହ ଚିନ୍ତାଜନକ ଖବର ଭାବେ କୋରୋନା କେସ ଦ୍ବିଗୁଣିତ ହେବାର ହାର 12.6 ଦିନକୁ ବୃଦ୍ଧି ପାଇଥିବା ସେ କହିଛନ୍ତି ।

ଏହାସହ ବୁଧବାର ରିପୋର୍ଟ ଅନୁସାରେ ଦେଶରେ କୋରୋନୋଭାଇରସ୍ ମୃତ୍ୟୁ ସଂଖ୍ୟା 2,415 କୁ ବୃଦ୍ଧି ପାଇଛି । ଏହାସହ ସଂକ୍ରମଣ ରିପୋର୍ଟ 74,281କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡାମନ ଏବଂ ଡିଉ, ସିକ୍କିମ୍, ନାଗାଲାଣ୍ଡ ଏବଂ ଲକ୍ଷାଦ୍ବୀପରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ । ଗତ 14 ଦିନରେ ମାମଲାଗୁଡ଼ିକ ଦ୍ବିଗୁଣିତ ହେବା ହାର 11 ଥିଲାବେଳେ ଗତ ତିନି ଦିନରେ ଏହା 12.6 କୁ ବୃଦ୍ଧି ପାଇଛି ।

ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ COVID-19 ର କୌଣସି ମାମଲା ରିପୋର୍ଟ ହୋଇନାହିଁ । ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଦାଦ୍ରା ଏବଂ ନଗର ହାବେଳି, ଗୋଆ, ଛତିଶଗଡ, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ ଏଥିରେ ସାମିଲ ରହିଛନ୍ତି ।

COVID-19 କାରଣରୁ ଗତ 24 ଘଣ୍ଟା ମଧ୍ୟରେ ବୁଧବାର ସକାଳ 8 ଟା ପର୍ଯ୍ୟନ୍ତ 122 ମୃତ୍ୟୁ ଓ ସଂକ୍ରମଣ ରିପୋର୍ଟ 3,525 ରେକର୍ଡ ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୃତ୍ୟୁ ହାର 3.2 ପ୍ରତିଶତ ରହିଛି, ଏବଂ ଆରୋଗ୍ୟ ହାର 32.8 ପ୍ରତିଶତ ବୋଲି ଆକଳନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.