ETV Bharat / bharat

ବାମଦଳ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଲେ କୌଣସି ଆପତ୍ତି ନାହିଁ: ବିମାନ ବୋଷ - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମଦଳ ଓ କଂଗ୍ରେସ ମଧ୍ୟରେ କୌଣସି ଭୁଲ ବୁଝାମଣା ନାହିଁ । ଏହା ସହ ଆଗାମୀ ଦିନରେ ଏକାଠି ନିର୍ବାଚନ ଲଢିଲେ କୌଣସି ଆପତ୍ତିନାହିଁ ବୋଲି ଦଳର ବରିଷ୍ଠ ନେତା ବିମାନ ବୋଷ କହିଛନ୍ତି । ଅଧିକ ପଢନ୍ତୁ...

Biman Bose
ବାମଦଳ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଲେ କୌଣସି ଆପତ୍ତିନାହିଁ : ବିମାନ ବୋଷ
author img

By

Published : Jan 17, 2021, 5:18 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମଦଳ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଲେ କୌଣସି ଆପତ୍ତି ନାହିଁ ବୋଲି ବିଶିଷ୍ଟ ବାମନେତା ବିମାନ ବୋଷ କହିଛନ୍ତି । ବିଜେପି ଓ ଟିଏମସି ଧାର୍ମିକ ରାଜନୀତି କରୁଛନ୍ତି ଉଭୟଙ୍କ ବିରୋଧରେ ଆମେ ଲଢେଇ କରିବୁ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗକୁ ଧାର୍ମିକ ରାଜନୀତିରୁ ଦୂରେଇ ରହିବା ପାଇଁ କଂଗ୍ରେସ ସହ ବାମଦଳ ମିଳିତ ଭାବରେ ଲଢେଇ କରିବ । ଆମ ମଧ୍ୟରେ କୌଣସି ଭୁଲ ବୁଝାମଣା ନାହିଁ ବୋଲି ବାମନେତା ବିମାନ ବୋଷ କହିଛନ୍ତି । ଉଭୟ ଟିଏମସି ଓ ବିଜେପି ବିରୋଧରେ ଲଢେଇ ହେବ । ବାମଦଳ ବରିଷ୍ଠ ନେତା ମାନଙ୍କ ସୂତ୍ରରୁ ଜଣାପଡିଛି ଯେ ଜାନୁୟାରୀ ମାସ ଶେଷ ସୁଦ୍ଧା ଆସନ ବୁଝାମଣା ନେଇ ଶେଷ କରାଯିବା ଆଶା କରାଯାଉଛି । ଏହା ପରେ ନିର୍ବାଚନ ପାଇଁ ସମସ୍ତେ ନିଜ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିବେ । କଂଗ୍ରେସ ବାମଦଳ ସହ କଥାବାର୍ତ୍ତା କରିବା ପାଇଁ ନିଜର ବରିଷ୍ଠ ନେତା ମାନଙ୍କୁ ଦାୟିତ୍ବ ପ୍ରଦାନ କରିଛି ।

ସୂଚନାଥାଉକି ଆସନ୍ତା ଏପ୍ରିଲ ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ବିଜେପି, ଟିଏମସି , କଂଗ୍ରେସ ଓ ବାମଦଳ ମଧ୍ୟରେ ଜୋରଦାର ରାଜନୈତିକ ଲଢେଇ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ବାମଦଳ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ କରିବା ସମ୍ଭାବନା ଆଶା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.