ETV Bharat / bharat

ଚଳିତବର୍ଷ ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା

ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା । ଚଳିତ ବର୍ଷ ରାଜ୍ୟରେ ଚାକିରୀ କିମ୍ବା କଲେଜ ଆଡମିଶନ ପାଇଁ ମରାଠା କୋଟା ପ୍ରଦାନ କରାଯିବ ନାହିଁ । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଚଳିତ ବର୍ଷ ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା

author img

By

Published : Sep 10, 2020, 10:50 AM IST

ମୁମ୍ୱାଇ: ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା । ଚଳିତ ବର୍ଷ ରାଜ୍ୟରେ ଚାକିରୀ କିମ୍ବା କଲେଜ ଆଡମିଶନ ପାଇଁ ମରାଠା କୋଟା ପ୍ରଦାନ କରାଯିବ ନାହିଁ । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହିତ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ମାମଲାକୁ ଟ୍ରାନ୍ସଫର କରାଯାଇଛି ଏବଂ ଖଣ୍ଡପୀଠ ଗଠନ ନେଇ ମଧ୍ୟ କୁହାଯାଇଛି । ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଅରବିନ୍ଦ ବୋବଡେ ବୃହତ ବେଞ୍ଚର ସମ୍ବିଧାନ ଉପରେ ଶୁଣାଣି କରିବେ ।

ଆଇନକୁ ଚ୍ୟାଲେଞ୍ଜ କରିଥିବା ଆବେଦନଗୁଡିକର ଉତ୍ତରରେ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ମୋଟ କୋଟା 50 ପ୍ରତିଶତଠାରୁ ଅଧିକ ହୋଇଯାଇଛି । ମରାଠା କୋଟା ଅନୁଯାୟୀ ସୁପ୍ରିମକୋର୍ଟ ଚାକିରି ଏବଂ ଆଡମିଶନ ବନ୍ଦ କରିଥିବାବେଳେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପରିବର୍ତ୍ତନ ହେବ ନାହିଁ ବୋଲି ଜଷ୍ଟିସ ଏଲ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଏସ ରବିନ୍ଦ୍ର ଭଟଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସାମାଜିକ ଏବଂ ଅର୍ଥନୈତିକ ପଛୁଆ ବର୍ଗ (SEBC) ଆଇନ 2018 ଅନୁଯାୟୀ ମରାଠାଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଯୋଗାଇଦିଆଯାଇଥିଲା । ଯାହାକୁ ନେଇ ବମ୍ୱେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଏବଂ ବମ୍ୱେ ହାଇକୋର୍ଟଙ୍କ ଚାଲେଞ୍ଜ ଅନୁଯାୟୀ ମହରାଷ୍ଟ୍ର ସରକାର ସଂରକ୍ଷଣ ପ୍ରତିଶତକୁ ଶିକ୍ଷା କ୍ଷେତ୍ରରେ ୧୨ ପ୍ରତିଶତ ଏବଂ ନିଯୁକ୍ତି କ୍ଷେତ୍ରରେ ଏହାକୁ ୧୬ ପ୍ରତିଶତକୁ ହ୍ରାସ କରିଥିଲେ । ଏହାକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଥିଲା ଏବଂ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏବଂ ବୁଧବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସମେତ ପାଖାପାଖି ସମସ୍ତ ଦଳ ସଂରକ୍ଷଣକୁ ସମର୍ଥନ କରିଛନ୍ତି । ରାଜନୈତିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରୁଥିବା ମରାଠା ସମ୍ପ୍ରଦାୟ, ଯାହାକି ଜନସଂଖ୍ୟାର 30% ରୁ ଅଧିକ ଅଟେ, ଅତୀତରେ ଚାକିରୀ ତଥା ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.