ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଧାରା 370 ହଟିଲା ପରେ କୌଣସି ବଡ ଆତଙ୍କବାଦୀ ଘଟଣା ଘଟିନାହିଁ । ମଙ୍ଗଳବାର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଶନରେଡ୍ଡୀ ଲୋକସଭାରେ କହିଛନ୍ତି ଜମ୍ମୁ ଓ କାଶ୍ମୀରରୁ ଧାରା 370 ହଟିଲା ପରେ କୌଣସି ବଡ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ । ଗତ ବର୍ଷ ଅଗଷ୍ଟ 5 ତାରିଖ ଦିନ ଜମ୍ମୁକାଶ୍ମୀକୁ ଦୁଇ ଖଣ୍ଡ କରି ଦୁଇଟି ନୂତନ କେନ୍ଦ୍ରଶାସିତ ରାଜ୍ୟ ଗଠନ କରାଯାଇଥିଲା ।
ମଙ୍ଗଳବାର ଲୋକସଭାରେ ଆତଙ୍କବାଦୀ ଘଟଣାକୁ ନେଇ ଜି.କିଶନ ରେଡ୍ଡୀଙ୍କୁ କରାଯାଇଥିବା ଏକ ପ୍ରଶ୍ନରେ ଉତ୍ତରରେ ଏହା କହିଛନ୍ତି । ଜମ୍ମୁକାଶ୍ମୀରୁ ଧାରା 370 ଉଚ୍ଛେଦ କରାଗଲା ପରେ 5 ଅଗଷ୍ଟ 2019 ରୁ 10 ମାର୍ଚ୍ଚ 2020 ପର୍ଯ୍ୟନ୍ତ କୌଣସି ବଡ ଆତଙ୍କବାଦୀ ଆକ୍ରମଣ ଘଟିନାହିଁ । ଏହି ସମୟରେ ଜମ୍ମୁ ଓ କାଶ୍ମୀରରେ 79 ଆତଙ୍କବାଦୀ ଘଟଣା ଘଟିଛି କିନ୍ତୁ ସେଥିରୁ 49 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।
ଗତ ବର୍ଷ ଅଗଷ୍ଟ 5 ତାରିଖ ଦିନ ଜମ୍ମୁକାଶ୍ମୀରରୁ ଧାରା 370 ଓ 35 A’ ଉଚ୍ଛେଦ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଥିଲେ । ଏହାପରେ ଆତଙ୍କବାଦୀ ଘଟଣା କିଛି ପରିମାଣରେ ହ୍ରାସ ପାଇଛି । ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଜମ୍ମୁକାଶ୍ମୀର ଓ ଲଦାଖ ଭାବରେ ଗଠନ କରାଯାଇଥିଲା ।
@ANI