ETV Bharat / bharat

‘ବିନା ପ୍ରମାଣରେ ପ୍ଲାଜମା ଥେରାପୀ କରାଯାଇ ପାରିବ ନାହିଁ’

author img

By

Published : Apr 29, 2020, 8:18 PM IST

ସରକାର ଚେତାବନୀ ଦେଇଛନ୍ତି ଯେ କୋନଭାଲେସେଣ୍ଟ ପ୍ଲାଜମା ଥେରାପିକୁ କୋଭିଡ-19 ଚିକିତ୍ସା ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ କାରଣ ଏହା ଏପର୍ଯ୍ୟନ୍ତ କାମ କରୁଥିବାର କୌଣସି ପ୍ରମାଣ ନାହିଁ ।

Covid-19 Treatment
ପ୍ଲାଜମା ଥେରାପୀ

ନୂଆଦିଲ୍ଲୀ: ସରକାର ଚେତାବନୀ ଦେଇଛନ୍ତି ଯେ କୋନଭାଲେସେଣ୍ଟ ପ୍ଲାଜମା ଥେରାପିକୁ କୋଭିଡ-19 ଚିକିତ୍ସା ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ କାରଣ ଏହା ଏପର୍ଯ୍ୟନ୍ତ କାମ କରୁଥିବାର କୌଣସି ପ୍ରମାଣ ନାହିଁ । ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରିବା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

ଏହି ସମୟ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏହି ସପ୍ତାହରେ 450 ଜଣଙ୍କୁ ନେଇ ପ୍ଲାଜମା ଥେରାପିର ପ୍ରଭାବ ଉପରେ ଏକ ଅଧ୍ୟୟନ ଆରମ୍ଭ କରିବ ବୋଲି ଜଣାପଡିଛି । କିଛି ରାଜ୍ୟ ସରକାର ପ୍ଲାଜମା ଥେରାପି ବ୍ୟବହାର ପରୀକ୍ଷଣ କରିବାକୁ ଅନୁମତି ଲୋଡିଛନ୍ତି।

ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଇନଭେଷ୍ଟିଗେସନର ପ୍ରକାଶିତ ଏକ ବୈଜ୍ଞାନିକ ରିପୋର୍ଟ ଅନୁଯାୟୀ, ଲକ୍ଷଣ ଆରମ୍ଭ ସମୟରେ ଆଣ୍ଟିବଡି ଥେରାପୀ ସବୁଠାରୁ ଲାଭଦାୟକ । ଆଇସିଏମଆର ପୂର୍ବରୁ ସ୍ପଷ୍ଟ ଭାବରେ କହିଛି ଯେ, ବର୍ତ୍ତମାନ ପ୍ଲାଜମା ଥେରାପି ସହିତ କୋଭିଡ-19 ଚିକିତ୍ସା ପାଇଁ ଅନୁମତି ଦିଆଯାଇ ନାହିଁ ।

ବିନା ପ୍ରମାଣରେ ପ୍ଲାଜମା ଚିକିତ୍ସା ବ୍ୟବହାର କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି। ପ୍ଲାଜମା ଚିକିତ୍ସାର ଫଳପ୍ରଦତା ଜାଣିବା ପାଇଁ ଆଇସିଏମଆର ଏକ ଜାତୀୟ ଅଧ୍ୟୟନ ଆରମ୍ଭ କରିଛି। ଯେପର୍ଯ୍ୟନ୍ତ ଦୃଢ ପ୍ରମାଣ ଉପଲବ୍ଧ ନହେବା ପର୍ଯ୍ୟନ୍ତ ଆମେ ଏହାକୁ କେବଳ ଅନୁସନ୍ଧାନ ପାଇଁ କିମ୍ବା ପରୀକ୍ଷା ଉଦ୍ଦେଶ୍ୟରେ ବିଚାର କରିବା ଉଚିତ୍ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ‘ଯଦି ଉପଯୁକ୍ତ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ପାଳନ ନହୁଏ ତେବେ ପ୍ଲାଜମା ଥେରାପିରେ ଗୁରୁତର ଜୀବନ ପ୍ରତି ବିପଦ ରହିପାରେ। ଆଇସିଏମଆର ଅନୁମୋଦନ ବିନା କରାଯାଇଥିବା କୌଣସି ଚିକିତ୍ସା ବେଆଇନ ଅଟେ ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.