ETV Bharat / bharat

ଆଧାର କାର୍ଡ ବିନା ସଚିବାଳୟ ମନା ! - aadhar card

ବିନା ଆଧାର କାର୍ଡରେ ସଚିବାଳୟ ମନା । ଏଭଳି ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡ ସରକାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 16, 2019, 4:23 PM IST

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଚିବାଳୟ ଯିବାକୁ ହେଲେ ଆଧାର କାର୍ଡ ଜରୁରୀ । ବିନା ଆଧାର କାର୍ଡରେ ସଚିବାଳୟ ପ୍ରବେଶକୁ ସରକାର ନିଷେଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଏନେଇ ଗୁରୁବାର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଗୁଇନ୍ଦା ରିପୋର୍ଟକୁ ଆଧାର କରି ନିଆଯାଇଛି । ସେହିପରି ରେଳ ଷ୍ଟେସନ, ସରକାରୀ କାର୍ଯ୍ୟାଳୟ ଏବଂ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିୟମ ମାନିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ।

ତେବେ ଯେଉଁମାନେ ସଚିବାଳୟର କର୍ମଚାରୀ, ସେମାନଙ୍କ ପାଇଁ ଆଧାର କାର୍ଡ ପ୍ରତିଦିନ ଆଣିବାରେ ସମସ୍ୟା ହୋଇପାରେ । ତେଣୁ ସେମାନଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସଚିବାଳୟ ସଙ୍ଘର ସଭାପତି ଦୀପକ ଯୋଶୀ ।

Slug---MSME issue,Pkg,Ctc,15/05/19,Rep- Narayan

ଆଙ୍କର-- ପ୍ରତିବାଦ କରିବାକୁ ଯାଇ ହଟ୍ଟହଟ୍ଟା । ଏପରି କି ଗିରଫଦାରୀ  ର ବି ସାମ୍ମନା ହେବାକୁ ପଡିଲା । ଏଭଳି କିଛି  ଅଭାବନୀୟ ଘଟଣା ଘଟିଛି କଟକ ଜଗତପୁର ଶିଳ୍ପାଞ୍ଚଳ ରେ... । ଫନି ବାତ୍ୟା ର ୧୨ ଦିନ ପରେ ବି ଜଗତପୁର ଶିଳ୍ପାଞ୍ଚଳରେ ବିଦ୍ୟୁତ ସରବରାହ ଏବେ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିନାହିଁ । ଏଭଳି ସ୍ଥିତିରେ ଶିଳ୍ପାଞ୍ଚଳରେ ବାତ୍ୟା ର କ୍ଷୟକ୍ଷତିକୁ ଆକଳନ କରିବା ପାଇଁ କ୍ଷୁଦ୍ର ଶିଳ୍ପ ବିଭାଗ ର ଅତିରିକ୍ତ ସଚିବ ଜଗତପୁର ଶିଳ୍ପାଞ୍ଚଳ ଗସ୍ତ କରିଥିଲେ । ଏହି ସମୟରେ ସଂଘ ର ଦୁଇ ଜଣ କର୍ମକର୍ତ୍ତା ସଚିବଙ୍କୁ ଦର୍ବ୍ୟବହାର କରିବା ର ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ହେଲେ ଅଭିଯୋଗକୁ ଖଣ୍ଡନ କରିବା ସହ ଗିରଫ ଦୁଇ ଶିଳ୍ପୋଦ୍ୟୋଗୀଙ୍କୁ ଏବେ ନିଜର ସମର୍ଥନ ଦେଇଛି ଓଡିଶା କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ସଂଘ ।

ଭିଓ -୧-- ଦିନକୁ ଦିନ ଜଟିଳ ପରିସ୍ଥିତି ର ସାମ୍ମନା କରୁଛନ୍ତି କଟକ ର ଜଗତପୁର ଶିଳ୍ପାଞ୍ଚଳ ର ଶିଳ୍ପୋଦ୍ୟୋଗୀମାନେ । ଫନି ବାତ୍ୟାକୁ ଇତି ମଧ୍ୟରେ ୧୨ ଦିନ ପୁରିଲାଣି । ମାତ୍ର ଆଜି ବି ଜଗତପୁର ଶିଳ୍ପାଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରି ନାହିଁ ।ଏଭଳି ସ୍ଥିତିରେ ଶିଳ୍ପାଞ୍ଚଳ ର ସ୍ଥିତି ସମୀକ୍ଷା କରିବା ପାଇଁ ଶିଳ୍ପ ବିଭାଗ ଅତରିକ୍ତ ସଚିବ ଏଲ.ଏନ୍‌ ଗୁପ୍ତା ଗତକାଲି ଅନ୍ୟ କିଛି ଅଧିକାରୀଙ୍କ ସହ ଜଗତପୁର ଶିଳ୍ପାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଆଉ କିଛି ଶିଳ୍ପୋଦ୍ୟୋଗୀ ଶିଳ୍ପାଞ୍ଚଳ ରେ ପହଞ୍ଚି ସଚିବଙ୍କୁ ସ୍ଥାନୀୟ ଅଞ୍ଚଳ ର ଅନ୍ୟ କିଛି ଦୟନୀୟ ଚିତ୍ର ଦେଖାଇବାକୁ ଚାହିଁଥିଲେ । ହେଲେ ସଚିବ ରାଜି ନ ହେବାରୁ ତାଙ୍କୁ ଦର୍ବ୍ୟବହାର କରିବା ସହ ତାଙ୍କ ଗାଡି ର ଚାବି ଛଡାଇ ନେଇଥିଲେ । ପରେ ପରେ ତାଙ୍କୁ ଆଉ ଏକ ଗାଡିରେ ବସାଇ ସଂଘ କାର୍ଯ୍ୟାଳୟକୁ ଜୋର୍‌ଜବରଦସ୍ତ ନେଉଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଶିଳ୍ପ ସଂଘ ର ଦୁଇ ସଦସ୍ୟଙ୍କୁ ଗିରଫ କରିଥିଲା । 

ବାଇଟ---ଅଖିଲେଶ୍ୱର ସିଂ(ଡିସିପି,କଟକ)

ଭିଓ୨---ଯାହାକୁ ନେଇ ସଂଘ ର ପଦାଧିକାରୀଙ୍କ ମଧ୍ୟରେ ଏବେ ଦେଖାଦେଇଛି ଅସନ୍ତୋଷ । ଓଡିଶା କ୍ଷୁଦ୍ର ଶିଳ୍ପ ସଂଘ ର ପଦାଧିକାରୀମାନେ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ରେ କହିଛନ୍ତି ଏଭଳି କିଛି ବି ହୋଇନାହିଁ । ସଂଘ ର ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସେମାନେ ଖଣ୍ଡନ କରିଛନ୍ତି । ଶଳ୍ପାଞ୍ଚଳ ରେ ବିଜୁଳି ଏବଂ ପାଣି ସୁବିଧା ନ ଥିବାରୁ ସେଠାରେ କାମ କରୁଥିବା ଲୋକଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଏପରି କି ଶିଳ୍ପୋଦ୍ୟୋଗୀଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ଅନେକ କ୍ଷତି ସହିବାକୁ ପଡୁଛି । ଏଭଳି ସ୍ଥିତିରେ ଶିଳ୍ପ ବିଭାଗ ପକ୍ଷରୁ କୌଣସି ପ୍ରକାର ର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।  ଶିଳ୍ପୋଦ୍ୟୋଗୀମାନଙ୍କୁ ହଇରାଣ କରିବା ପାଇଁ ଏଭଳି କରାଯାଇଛି ବୋଲି ଅଭିଯୋଗ କରିଛି ଓଡିଶା କ୍ଷୁଦ୍ର ଶିଳ୍ପ ସଂଘ ।ତେବେ ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ବ୍ୟବସାୟୀ ସଂଘ।ଖୋଦ ନିଜେ ଡିସିପି ସେମାନଙ୍କୁ ମାଡ଼ ମାରିଥିବା ସଂଘ ଅଭିଯୋଗ କରିଛି।ତେବେ ଉଭୟ ଡିସିପି ଓ କ୍ଷୁଦ୍ର ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଙ୍କ ବଦଳି ଦାବି କରିଛି ବ୍ୟବସାୟୀ ସଂଘ।

ବାଇଟ---ଅବନି କାନୁନଗୋ (ସଭାପତି,ଓଡିଶା ଶିଳ୍ପ ସଂଘ) 
ବାଇଟ---ସୁଧାକର ସ୍ୱାଇଁ(ସଦଶ୍ୟ,ଓଡିଶା  ଶିଳ୍ପ ସଂଘ) 

ଫାଭିଓ---ଶିଳ୍ପ ସଂଘ ର ଏହି ବିବାଦ ଆଗକୁ କି ମୋଡ ନେଉଛି ତାହା ଆଗକୁ ହିଁ ଜଣାପଡିବ ।କଟକରୁ ନାରାୟଣ ସାହୁ ଇଟିଭି ନ୍ୟୁଜ୍।

Visuals byte through MOJO..
Only dcp byte through WhatsApp...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.