ETV Bharat / bharat

କୋରୋନା ଭୟ: ତିରୁପତି ମନ୍ଦିରରେ ବିଦେଶୀ ଓ NRIଙ୍କୁ ‘ନୋ ଏଣ୍ଟ୍ରି’ - ତିରୁପତି

ମଙ୍ଗଳବାର ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରକୁ ବିଦେଶୀ ଓ ଏନଆରଆଇଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 12, 2020, 8:46 AM IST

ଅମରାବତୀ: ଭାରତରେ କୋରୋନା ଭାଇରସ ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ରିପୋର୍ଟ ଦିନକୁ ଦିନ ବଢିବାରେ ଲାଗିଛି । ଏପରିସ୍ଥଳେ ଦେଶର ବିଭିନ୍ନ ସ୍ଥାନରେ କୋରୋନା ଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ମାନ ନିଆଯାଉଛି । ମଙ୍ଗଳବାର ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରକୁ ବିଦେଶୀ ଓ ଏନଆରଆଇଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ମନ୍ଦିର ପରିଚାଳନା ବୋର୍ଡ, ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବିଦେଶୀ ଏବଂ ଏନଆରଆଇଙ୍କୁ ସେମାନେ ଭାରତରେ ପ୍ରବେଶ କରିବାର 28 ଦିନ ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ଯଦି କୌଣସି ତୀର୍ଥଯାତ୍ରୀଙ୍କ ଜ୍ବର, କାଶ ଏବଂ ଥଣ୍ଡା ଲକ୍ଷଣ ଅଛି କି ନାହିଁ ତାହା ଜାଣିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି ।

କୋରୋନା ଭାଇରସ୍ ବିସ୍ତାରରୁ ବଞ୍ଚିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ଟିଟିଡି ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଜାରି କରିଛି। ଟିଟିଡିର ଏକ ବିବୃତ୍ତିରେ କୁହାଯାଇଛି ଯେ ମନ୍ଦିର ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ସମସ୍ତ ପଦକ୍ଷେପ ନେଉଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 60ରୁ ଊର୍ଦ୍ଧ୍ବ ରହିଛି । ଅନେକ ସ୍ଥାନରେ COVID-19କୁ ନେଇ ପଜେଟିଭ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ମାତ୍ର ଆନ୍ଧ୍ରପ୍ରଦେଶ ଏକମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟ ଅଟେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ପଜେଟିଭ ମାମଲା ସାମ୍ନାକୁ ଆସିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.