ETV Bharat / bharat

ଟ୍ରମ୍ପଙ୍କ ଯାତ୍ରାରେ ଭାରତକୁ କୌଣସି ଲାଭ ନାହିଁ: ସୁବ୍ରମଣ୍ୟମ ସ୍ବାମୀ

author img

By

Published : Feb 23, 2020, 2:32 PM IST

ବିଜେପିର ରାଜ୍ୟସଭା ସାଂସଦ,ବିଶିଷ୍ଟ ଅର୍ଥନୀତି ବିଶାରଦ ତଥା ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ନେତା ସୁବ୍ରମଣ୍ୟମ ସ୍ବାମୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତରୁ ଭାରତର କୌଣସି ଲାଭ ହେବ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

no-benefit-for-india-donald-trump-visit-to-india-says-subramanyaya-swami
ଟ୍ରମ୍ଫଙ୍କ ଯାତ୍ରା ଭାରତ ପାଇଁ କୌଣସି ଲାଭ ନାହିଁ : ସୁବ୍ରମଣ୍ୟମ ସ୍ବାମୀ

ଭୁବନେଶ୍ବର: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତରୁ ଭାରତର କୌଣସି ଲାଭ ହେବ ନାହିଁ ବୋଲି କହିଛନ୍ତି । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଓ ସିପିଆଇ ମହାସଚିବ ସୀତାରାମ ୟେଚୁରୀ ଦୁଇ ନେତା ଗତକାଲି ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା ପ୍ରକାଶ କରିଛନ୍ତି ।

ରାଜ୍ୟସଭା ସାଂସଦ ସ୍ବାମୀ କହିଛନ୍ତି 'ଟ୍ରମ୍ପ ଆମର ନୁହେଁ ନିଜ ଦେଶର ଅର୍ଥବ୍ୟବସ୍ଥାର ବୃଦ୍ଧି ପାଇଁ ଆସୁଛନ୍ତି । ଏଥିପାଇଁ ଆମ ଦେଶର କୌଣସି ଲାଭ ହେବ ନାହିଁ '। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତରୁ ଭାରତର କୌଣସି ଲାଭ ହେବ ନାହିଁ ଏହାର ଉଦ୍ଦେଶ୍ୟ ଆମେରିକା ଅର୍ଥନୀତିକୁ ବୃଦ୍ଧି କରିବା । କିଛି ପ୍ରତିରକ୍ଷା ବୁଝାମଣା ହୋଇପାରେ । ଏହା ମଧ୍ୟ ସେମାନଙ୍କ ହିଁ ଫାଇଦା ମିଳିବ । ଆମେ ଅସ୍ତ୍ରଶସ୍ତ୍ର ପାଇଁ ପଇସା ଦେଉଛୁ ସେ ଆମକୁ ଖାଲିରେ ଦେଉନାହିଁ ।

ୟେଚୁରୀ ସଭାକୁ ସମ୍ବନ୍ଧିତ କରି କହିଥିଲେ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯାତ୍ରାରେ ଚିନ୍ତିତ ବୋଲି ପ୍ରକାଶ କରିଛନ୍ତି । ଆସନ୍ତା 24 ଓ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଅହମଦାବାଦର ମଟେରାସ୍ଥିତ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ସମ୍ବୋଧନ କରିବେ । ଏହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ଥିବା ବନ୍ଧୁତା ପ୍ରସ୍ଫୁଟିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.