ETV Bharat / bharat

ଗୋଆରେ ପରାସ୍ତ ହେଲାଣି କୋରୋନା: 7 ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ - ଗୋଆରେ କୋରୋନା଼

ଗୋଆ ମହାମାରୀ କୋରୋନା ଭାଇରସକୁ ପରାସ୍ତ କରିବାରେ ପ୍ରଥମ ରାଜ୍ୟ ହୋଇପାରିଛି । ଶୂନ କୋରୋନା ମାମଲା ଥିବା ରାଜ୍ୟରେ ପରିଣତ ହୋଇଛି ଗୋଆ । ରାଜ୍ୟରେ ସାତୋଟି କରୋନା ସକରାତ୍ମକ ମାମଲା ରହିଥିଲା । ଏବେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

Goa
Goa
author img

By

Published : Apr 19, 2020, 8:07 PM IST

ପାଣାଜୀ: ଦେଶରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଗୋଆରୁ ଭଲ ଖବର ମିଳିଛି । ଗୋଆ ମହାମାରୀ କୋରୋନା ଭାଇରସକୁ ପରାସ୍ତ କରିବାରେ ପ୍ରଥମ ରାଜ୍ୟ ହୋଇପାରିଛି । ଶୂନ କୋରୋନା ମାମଲା ଥିବା ରାଜ୍ୟରେ ପରିଣତ ହୋଇଛି ଗୋଆ । ରାଜ୍ୟରେ ସାତୋଟି କରୋନା ସକରାତ୍ମକ ମାମଲା ରହିଥିଲା । ଏବେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଏହା ଏକ ଗର୍ବର ବିଷୟ ଯେ ଆମେ ଏକ ଶୂନ କୋରୋନା ଭାଇରସ କେସ ଥିବା ରାଜ୍ୟ ହୋଇଅଛୁ । ଏହାସହ ରାଜ୍ୟରେ 19 ତାରିଖ ସଂଧ୍ୟା ସୁଦ୍ଧା କୌଣସି କୋରୋନା ଭାଇରସ ପଜେଟିଭ କେସ ରିପୋର୍ଟ ହୋଇନାହିଁ ।

ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କ କହିବାନୁସାରେ, ଦକ୍ଷିଣ ଗୋଆର ଏକ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣେ ରୋଗୀଙ୍କ ଶନିବାର ଯାଞ୍ଚ ରିପୋର୍ଟରେ ନେଗେଟିଭ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ 24 ଘଣ୍ଟା ମଧ୍ୟରେ ଏହାର ପୁନଃ ପରୀକ୍ଷା କରାଯିବ । ରାଜ୍ୟ ଗ୍ରୀନ ଜୋନ ଘୋଷିତ ହେବ କି ନାହିଁ ତାହା ତାଜା ସ୍ଥିତରୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଗୋଆ ସିଏମ କହିଛନ୍ତି ଯେ, ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିବ । ଏହି ଆନନ୍ଦଦାୟକ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋରୋନା ଯୋଦ୍ଧ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏଠାରେ ସୂଚନା ଯୋଗ୍ୟ ଯେ, ସାରା ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ବୃଦ୍ଧି ପାଇ 15712ରେ ପହଞ୍ଚିଛି । ସେହିପରି କୋରୋନାରେ ଏପର୍ଯ୍ୟନ୍ତ ଦେଶରେ 507ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.