ETV Bharat / bharat

ବଢିଲା ତବଲିଗ୍ ଜମାତିଙ୍କ ଅଡୁଆ, 816ଙ୍କୁ ଦିଲ୍ଲୀ ପୋଲିସର ନୋଟିସ

author img

By

Published : May 23, 2020, 10:21 AM IST

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ନିଜାମୁଦ୍ଦିନ ମର୍କାଜ ମାମଲାରେ 816 ବିଦେଶୀ ତବଲିଗ୍ ଜମାତିଙ୍କୁ ନୋଟିସ ପଠାଇଛନ୍ତି। ଏହି ସମସ୍ତ ବିଦେଶୀ ତବଲିଗ ଜମାତି କ୍ବାରେଣ୍ଟିନ କେନ୍ଦ୍ରରେ ରହୁଛନ୍ତି।

ବଢିଲା ତବଲିଗ୍ ଜମାତିଙ୍କ ଅଡୁଆ, 816ଙ୍କୁ ଦିଲ୍ଲୀ ପୋଲିସର ନୋଟିସ
ବଢିଲା ତବଲିଗ୍ ଜମାତିଙ୍କ ଅଡୁଆ, 816ଙ୍କୁ ଦିଲ୍ଲୀ ପୋଲିସର ନୋଟିସ

ନୂଆଦିଲ୍ଲୀ: ଦେଶରେ ଲାଗିରହିଛି କୋଭିଡ୍ ସଙ୍କଟ। ଏହି ମାମଲା ଦ୍ରୁତ ବେଗରେ ବଢିଚାଲିଛି। ତେବେ ଏହି ଭାଇରସ ବିସ୍ତାରରେ ମୁଖ୍ୟ ଖଳନାୟକ ଥିଲେ ନିଜାମୁଦ୍ଦିନ ଜମାତି ସଦସ୍ୟ। ଏହି ଜମାତିମାନେ ସରକାରଙ୍କ ଲକଡାଉନକୁ ନମାନି ଏକତ୍ରିତ ହୋଇଥିଲେ। ଯାହାଫଳରେ ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ସହ ବିଭିନ୍ନ ସ୍ଥାନରେ କୋରୋନା ମାମଲା ବୃଦ୍ଧି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ବର୍ତ୍ତମାନ ଏମାନଙ୍କୁ ନେଇ ବିଭିନ୍ନ ଖୋଳତାଡ ଚାଲିଥିବା ବେଳେ ଜମାତି ସଦସ୍ୟମାନେ ଘରଡଘଣାରେ ପଡିଛନ୍ତି ।

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ନିଜାମୁଦ୍ଦିନ ମର୍କାଜ ମାମଲାରେ 816 ବିଦେଶୀ ତବଲିଗ୍ ଜମାତିଙ୍କୁ ନୋଟିସ ପଠାଇଛନ୍ତି। ମେ 21ରେ ସିଆରପିସି ଧାରା 41 ଏ ଅନୁସାରେ ନୋଟିସ ପଠାଯାଇଥିଲା। ଏହି ସମସ୍ତ ବିଦେଶୀ ତବଲିଗ ଜମାତି କ୍ବାରେଣ୍ଟିନ କେନ୍ଦ୍ରରେ ରହୁଛନ୍ତି।

ପୂର୍ବରୁ ମଧ୍ୟ ସେହି ବିଭାଗ ଅଧୀନରେ କିଛି ବିଦେଶୀ ଜାମାତିଙ୍କୁ ଏକ ନୋଟିସ୍ ପଠାଯାଇଥିଲା ଏବଂ ସେମାନଙ୍କୁ ପଚରାଉଚରା କରାଯାଇଥିଲା। 1900 ଜମାତି, ଯାହାର (ଲୁକ୍ ଆଉଟ୍ ସର୍କୁଲାର୍) ମୁକ୍ତ କରାଯାଇଥିଲା, ଏହାର ଅନୁସନ୍ଧାନ କରାଯାଉଛି । କ୍ରାଇମ ବ୍ରାଞ୍ଚ ମଧ୍ୟ ମୌଲାନା ସାଦ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପାସପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.