ETV Bharat / bharat

ନୀତିଶଙ୍କ ମନ୍ତ୍ରିମଣ୍ଡଳରେ 8 ଜେଡିୟୁ ନେତା, ବାଦ୍‌ ପଡିଲା ବିଜେପି - new-ministers

ନିଜ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନିଜ ମନ୍ତ୍ରିମଣ୍ଡଳରେ ଜେଡିୟୁର 8 ବିଧାୟକଙ୍କୁ ସାମିଲ କରିଛନ୍ତି । ରାଜ୍ୟପାଳ ଲାଲଜୀ ଟଣ୍ଡନ ସେମାନଙ୍କୁ ସକାଳ 11 ଟା 30 ସମୟରେ  ରାଜଭବନଠାରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Jun 2, 2019, 2:06 PM IST

ପାଟନା: ନିଜ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଲୋକସଭା ନିର୍ବାଚନରେ ଜନତା ଦଳ(ୟୁନାଇଟେଡ)ର କେତେକ ବିଧାୟକ ସାଂସଦ ହେବାପରେ ଖାଲି ପଡିଥିବା ମନ୍ତ୍ରୀପଦକୁ ପୂରଣ କରିବା ପାଇଁ ସେ ଆଜି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ତେବେ ସେ ନିଜ ମନ୍ତ୍ରିମଣ୍ଡଳରେ ଜେଡିୟୁର 8 ବିଧାୟକଙ୍କୁ ସାମିଲ କରିଛନ୍ତି । ରାଜ୍ୟପାଳ ଲାଲଜୀ ଟଣ୍ଡନ ସେମାନଙ୍କୁ ସକାଳ 11 ଟା 30 ସମୟରେ ରାଜଭବନଠାରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ନୀତିଶ ନିଜ ମନ୍ତ୍ରିମଣ୍ଡଳରେ ନରେନ୍ଦ୍ର ନାରାୟଣ ଯାଦବ, ଶ୍ୟାମ ରଜକ, ଅଶୋକ ଚୌଧୁରୀ, ବୀମା ଭାରତୀ, ସଞ୍ଜୟ ଝା, ରାମସେବକ ସିଂହ, ନୀରଜ କୁମାର ଏବଂ ଲକ୍ଷେଶ୍ବର ରାୟଙ୍କୁ ସାମିଲ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଜେପିର ଗୋଟିଏ ବି ବିଧାୟକଙ୍କୁ ନୀତିଶ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରିନାହାନ୍ତି । ମୋଦି ସରକାରରେ ଜେଡିୟୁକୁ କୌଣସି ମନ୍ତ୍ରୀପଦ ମିଳିନଥିବାରୁ ନୀତିଶ ଏଭଳି କରିଥିବା ଚର୍ଚ୍ଚା ହେଉଛି । ସେ ଜେଡିୟୁର 3 ସାଂସଦଙ୍କୁ ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିଲେ କିନ୍ତୁ ମୋଦି ସରକାର ଏଭଳି କରିନଥିଲେ । ତେଣୁ ବିହାରର କ୍ୟାବିନେଟ୍‌ ବିସ୍ତାରରେ ଜେଡିୟୁ ବିଜେପିକୁ ସ୍ଥାନ ଦେଇନଥିବା କୁହାଯାଉଛି ।

Intro:Body:

fgdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.