ETV Bharat / bharat

ମଣିପୁରରେ 13ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ଗଡକରୀ

author img

By

Published : Aug 17, 2020, 8:34 AM IST

ନୂତନ ଭାରତର ବିକାଶ ପଥରେ ଅଗ୍ରଗତି କରିବ ମଣିପୁର । ଏନେଇ ଆଜି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ 13ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅଧିକ ପଢନ୍ତୁ...

ମଣିପୁରରେ 13ଟି ଜାତୀୟ ରାଜପଥ ପ୍ରକଳ୍ପର  ଶିଳାନ୍ୟାସ କରିବେ ଗଡକରୀ
ମଣିପୁରରେ 13ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକର ଆଜି ମଣିପୁରରେ 3000 କୋଟିର 13ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ଓ ରାଜପଥ ମନ୍ତ୍ରୀ ଭି.କେ ସିଂ, ବିଧାୟକ, ସାଂସଦ ଓ ରାଜ୍ୟ ତଥା କେନ୍ଦ୍ରର ବହୁ ବରିଷ୍ଠ ଅଧିକାରୀ ସାମିଲ ହେବେ ।

  • नए रास्तों पर बढ़ेगा नए भारत का मणिपुर

    केंद्रीय मंत्री श्री @nitin_gadkari जी और मणिपुर के मुख्यमंत्री श्री @NBirenSingh जी 17 अगस्त 2020, सोमवार, सुबह 11.30 बजे मणिपुर के राष्ट्रीय महामार्ग परियोजनाओं का शिलान्यास और रोड सेफ्टी परियोजना का लोकार्पण करेंगे। #PragatiKaHighway pic.twitter.com/AKdyV9D3GU

    — Office Of Nitin Gadkari (@OfficeOfNG) August 16, 2020 " class="align-text-top noRightClick twitterSection" data=" ">

ଜାତୀୟ ରାଜପଥ ଶିଳାନ୍ୟାସ ନେଇ ଗଡକରୀ ଏକ ଟ୍ବିଟ କରି ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ 316 କିଲୋମିଟର ରାଜପଥ ନିର୍ମାଣ କରାଯିବ । ଏହା ଦ୍ବାରା ମଣିପୁର ନୂତନ ଭାରତରେ ବିକାଶ ପଥରେ ଅଗ୍ରଗତି କରିବ। ସୋମବାର ଦିନ 11.30 ସଡକ ସୁରକ୍ଷା ପ୍ରକଳ୍ପର ଉଦଘାଟନ କରାଯିବ ବୋଲି ନିତିନ ଗଡକରୀ ଟ୍ୱିଟ୍ କରିଛନ୍ତି।

ମଣିପୁର ସରକାର ଏହାକୁ ଏକ ବଡ ଦିନ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଟ ପୂର୍ବ ନୀତି ପାଇଁ ଧନ୍ୟବାଦ ଜଣାଇଛନ୍ତି। ମଣିପୁରର ବିକାଶ ପାଇଁ ଏହି ରାସ୍ତା ଯୋଗାଯୋଗକୁ ବୃଦ୍ଧି କରିବ, ଉନ୍ନତ ସଂଯୋଗ, ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.