ETV Bharat / bharat

'ଖୁବଶୀଘ୍ର ଟଳିଯିବ ଅଟୋ ମୋବାଇଲ ଶିଳ୍ପର ମାନ୍ଦାବସ୍ଥା' - economy is difficult times says gadkari

ଅଟୋ ମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥା କେବଳ ଏକ ଖରାପ ସମୟ, ଯାହା ବିତିଯିବ। ତେଣୁ ଏନେଇ ଅଧିକ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ।

ଫାଇଲ ଫଟୋ
author img

By

Published : Sep 15, 2019, 10:44 AM IST

ନୂଆଦିଲ୍ଲୀ: ଅଟୋ ମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ । ଏହା କେବଳ ଏକ ଖରାପ ସମୟ, ଯାହା ବିତିଯିବ। ତେଣୁ ଏନେଇ ଅଧିକ ଚିନ୍ତା ନକରିବାକୁ ଅଟୋ ମୋବାଇଲ ସେକ୍ଟରକୁ ପରାମର୍ଶ ଦେଇଛନ୍ତି ଗଡକରୀ ।

ବିଦର୍ଭ ଉଦ୍ୟୋଗ ସଂଘର 65ତମ ସ୍ଥାପନା ଦିବସରେ ଗଡକରୀ କହିଛନ୍ତି, ଉଦ୍ୟୋଗ ଗୁଡିକ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି । ଏହି ସମୟ ଖୁବ ଶୀଘ୍ର ବିତିଯିବ । ଜୀବନରେ କେବେ ଖୁସି ତ ଆଉ କେବେ ଦୁଃଖ ଥାଏ । କେବେ ଆପଣ ସଫଳ ହେବେ ତ ଆଉ କେବେ ଅସଫଳ ହେବେ । ଏହା ହିଁ ଜୀବନ ଚକ୍ର ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି, ମୁଁ ନିକଟରେ ଅଟୋ ମୋବାଇଲ ନିର୍ମାତାଙ୍କୁ ସାକ୍ଷାତ କରିଥିଲି । ଆର୍ଥିକ ମାନ୍ଦାବସ୍ଥା ଏବଂ ଦରକମକୁ ନେଇ ସେମାନେ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି । ସେମାନଙ୍କୁ ମଧ୍ୟ ମୁଁ ଚିନ୍ତାମୁକ୍ତ ରହିବାକୁ ପରାମର୍ଶ ଦେଇଥିଲି ବୋଲି ଗଡକରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ଅଟୋ ମୋବାଇଲ ସେକ୍ଟରର ଦରବୃଦ୍ଧି ହ୍ରାସ ପାଇଛି । କାର୍‌ ଏବଂ ବାଇକର ବିକ୍ରି କମ ହେବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣା ପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.