ETV Bharat / bharat

ପ୍ରଣବ ଦା’ଙ୍କ ବିୟୋଗରେ ମୋହନ ଭାଗବତ ଓ ନୀତିନ ଗଡକରୀଙ୍କ ଶୋକବ୍ୟକ୍ତ - RSS CHIEF ON PRABAV MUKHARJI

ସୋମବାର 84 ବର୍ଷ ବୟସରେ ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗ ହୋଇଛି । ତାଙ୍କର ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଆରଏସଏସ ମୁଖ୍ୟ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ...

ପ୍ରଣବ ଦା’ଙ୍କ ବିୟୋଗରେ ମୋହନ ଭାଗତ ଓ ନୀତିନ ଗଡକରୀଙ୍କ ଶୋକବ୍ୟକ୍ତ

author img

By

Published : Sep 1, 2020, 8:35 AM IST

ନାଗପୁର: ଆର ପାରିରେ ଭାରତର ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ‘ ପ୍ରଣବ ମୁଖାର୍ଜୀ । 84 ବର୍ଷ ବୟସରେ ସୋମବାର ତାଙ୍କର ନିଧନ ହୋଇଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରଣବ ଦା’ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜଣେ ମହାନ ବିଦ୍ବାନ ଓ ଦେଶଭକ୍ତ ବୋଲି କହିଛନ୍ତି ମୋହନ ଭାଗବତ ।

ଭାଗବତ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ସମସ୍ତ ସ୍ୱେଚ୍ଛାସେବୀଙ୍କ ପାଇଁ ଏକ ବଡ଼ କ୍ଷତି । ସେ ରାଷ୍ଟ୍ରପତି ଥିବାବେଳେ ମୁଁ ତାଙ୍କୁ ଦୁଇଥର ଭେଟିଥିଲି ଏବଂ ଏହା ପରେ ମୁଁ ତାଙ୍କୁ ଆଉ ତିନି ଚାରି ଥର ଭେଟିବାର ସୁଯୋଗ ପାଇଥିଲି। ”

ସେ କହିଛନ୍ତି ଯେ,ତାଙ୍କର ପ୍ରଥମ ସାକ୍ଷାତ ସମୟରେ ସେ ରାଷ୍ଟ୍ରପତିଙ୍କ ନମ୍ର ଆଚରଣ ପାଇଁ ଭୁଲିଯାଇଥିଲେ ଯେ ସେ ଭାରତର ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ସେ କହିଛନ୍ତି, ମୁଁ ଅନୁଭବ କଲି ଯେ ମୁଁ ମୋ ପରିବାରର ଜଣେ ବଡ ସଦସ୍ୟଙ୍କ ସହ କଥାବାର୍ତ୍ତା କରୁଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦୁଃଖ ବ୍ୟକ୍ତ କରି କହିଛନ୍ତି ଦେଶକୁ ଏକ ବଡ ଝଟକା ଲାଗିଛି । ପ୍ରଣବ ଦା’ ଜଣେ ଏପରି ରାଜନେତା ଯିଏ କି ଦେଶର ଅର୍ଥନୀତି, ବାଣିଜ୍ୟ ଓ ସଂସଦୀୟ ବ୍ୟାପାର ମାମଲାରେ ନିଜର ଦାୟିତ୍ବ ପୁରା କରିଥିଲେ । ଗଡକରୀ ଆହୁରି କହିଛନ୍ତି ଯେ, ପ୍ରଣବ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ତଥା ଦିଶା ନିର୍ଦ୍ଦେଶକ । ଭାରତୀୟ ଗଣତନ୍ତ୍ରରେ ତାଙ୍କର ଅବଦାନ କଦାପି ଭୁଲିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.