ETV Bharat / bharat

ଆସନ୍ତା 3 ମାସ ମଧ୍ୟରେ ବଢିପାରେ କୋରୋନା ସଂକ୍ରମଣ: ନୀତି ଆୟୋଗ - କୋରୋନା ମହାମାରୀ

ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ଭିକେ ପାଲଙ୍କ କହିଛନ୍ତି, କୋରୋନା ମହାମାରୀ କାଳରେ ଆସନ୍ତା ତିନି ମାସ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । କାରଣ ଆଗକୁ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ସଂକ୍ରମଣ ସଂକ୍ରମଣ ହେବାର ଆଶଙ୍କା ବଢିପାରେ । ସେହିପରି ଶୀତ ଋତୁରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ଘଟିପାରେ ।

ଆସନ୍ତା 3 ମାସ ମଧ୍ୟରେ କୋରୋନା ସଂକ୍ରମଣ ବଢିପାରେ

author img

By

Published : Sep 23, 2020, 12:16 PM IST

ନୂଆଦିଲ୍ଲୀ: ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ଭିକେ ପାଲଙ୍କ କହିଛନ୍ତି, କୋରୋନା ମହାମାରୀ କାଳରେ ଆସନ୍ତା ତିନି ମାସ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । କାରଣ ଆଗକୁ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ସେହିପରି ଶୀତ ଋତୁରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ଘଟିପାରେ ।

ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢି ଚାଲିଛି । ଏହାରି ମଧ୍ୟରେ ଦେଶରେ 90 ହଜାର ପାର କରିଛି କୋରୋନା ମୃତ୍ୟୁ ସଂଖ୍ୟା । ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଏହା ଯେ ଦେଶରେ କୋରୋନା ସୁସ୍ଥ ହାର ସର୍ବାଧିକ ରହିଛି ।

ଭିକେ ପାଲଙ୍କ ଅନୁଯାୟୀ, ଏଭଳି ସମୟରେ ମାସ୍କ, ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଏହି ସବୁ ଜିନିଷ ପାଳନ ନକଲେ କୋରୋନା ମାମଲା ବଢିପାରେ । ବର୍ତ୍ତମାନ ଦେଶରେ 80% ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ସାତୋଟି ରାଜ୍ୟରୁ କୋରୋନା ମାମଲା ସର୍ବାଧିକ ରହିଛି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଞ୍ଜାବ ଏବଂ ଦିଲ୍ଲୀ। ଏହି ରାଜ୍ୟଗୁଡିକୁ କ୍ରମାଗତ ଭାବେ କୋରୋନା ମାମଲା ବଢିଚାଲିଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ସବୁ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ସାମିଲ କରାଯିବ। ଏହି ବୈଠକରେ ବଢୁଥିବା କୋରୋନା ମାମଲା, କ୍ଲିନିକାଲ୍ ମ୍ୟାନେଜମେଣ୍ଟ ଏବଂ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.