ETV Bharat / bharat

ନ୍ୟୁ ଇଣ୍ଡିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ଭାରତ ହେବ 5 ଲକ୍ଷ କୋଟିର ଅର୍ଥବ୍ୟବସ୍ଥା

author img

By

Published : Jun 15, 2019, 7:48 PM IST

Updated : Jun 18, 2019, 10:55 AM IST

ପ୍ରଧାନମନ୍ତ୍ରୀ ଭାରତକୁ 2024 ସୁଦ୍ଧା ୫ ଲକ୍ଷ କୋଟିର ଅର୍ଥବ୍ୟବସ୍ଥା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି । ଏହା କଠିନ ହେଲେ ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରସ୍ତୁତ ହେଲା ନ୍ୟୁ ଇଣ୍ଡିଆର ରୋଡମ୍ୟାପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗର ବୈଠକରେ ଦେଶକୁ ଆର୍ଥିକ ମହାଶକ୍ତି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ଭାରତକୁ 2024 ସୁଦ୍ଧା ୫ ଲକ୍ଷ କୋଟିର ଅର୍ଥବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛନ୍ତି । ଏହା କଠିନ ହେଲେ ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ 2024 ସୁଦ୍ଧା ୫ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ୟ ଚ୍ୟାଲେଞ୍ଜିଂ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହାକୁ ହାସଲ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ମୋଦି । ଏଥିପାଇଁ ରାଜ୍ୟଗୁଡିକୁ ନିଜର ଆର୍ଥିକ କ୍ଷମତାକୁ ଚିହ୍ନିବାକୁ ପଡିବ ଏବଂ ଜିଡିପି ଲକ୍ଷ୍ୟକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଜିଲ୍ଲାସ୍ତରରୁ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏହା ବ୍ୟତିତ ମୋଦି ସବକା ସାଥ, ସକବା ବିକାଶ, ସବକା ବିଶ୍ଵାସର ମନ୍ତ୍ରକୁ ପୂରା କରିବାରେ ନୀତି ଆୟୋଗର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ନୂଆ ସରକାର ଗଠନ ହେବା ପରେ ଏହା ସରକାରଙ୍କ ପ୍ରଥମ ନୀତି ଆୟୋଗ ବୈଠକ । ନୀତି ଆୟୋଗର ଏହି ପଞ୍ଚମ ବୈଠକ ଦିଲ୍ଲୀରେ ଚାଲିଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ବୈଠକରେ ମମତା ବାନାର୍ଜୀ, କେ ଚନ୍ଦ୍ରଶେଖର ରାଓ ଏବଂ କ୍ୟାପଟେନ ଅମରିନ୍ଦରଙ୍କୁ ଛାଡିଦେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର :ଆସନ୍ତା 2 ତାରିଖରେ ବହୁଜନ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ ଓଡିଶା ଗସ୍ତରେ ଆସୁଛନ୍ତି।ଏହି ଅବସରରେ ସେ ତାଙ୍କର ନିର୍ବାଚନୀ ପ୍ରଚାର ଭୁବନେଶ୍ୱର ରୁ ଆରମ୍ଭ କରିବେ ବୋଲି ଜଣାପଡିଛି।
 
ଆଜି ଦଳ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଟଙ୍କଧର ବାଗ ଏ ନେଇ ସୂଚନା ଦେଇଛନ୍ତି । ସୁଶ୍ରୀ ମାୟାବତୀ ସେହିଦିନ ରାଜଧାନୀରେ ପହଂଚିବା ପରେ ବରମୁଣ୍ଡା ନିକଟସ୍ତ ବିଜୁ ପଟ୍ଟନାୟକ ପଡ଼ିଆରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।ଏହି ଠାରୁ ସେ ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହିତ ରାଜ୍ୟର ବିଧାନସଭା ଓ ଲୋକସଭା ଲଢ଼ିବା ପାଇଁ ପାର୍ଥିମାନଙ୍କ ନାମ ଘୋଷଣା କରିବେ।ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତି ରେ ଦଳିତ ଓ ପଛୁଆ ବର୍ଗର ଲୋକମାନେ କିପରି ଭାବରେ ଅବହେଳିତ ଅଵସ୍ଥାରର ଅଛନ୍ତି ସେ ବିଷୟରେ ସେ ଲୋକମାନଙ୍କୁ ଅବଗତ କରିବେ ବୋଲି ସେ କହିଛନ୍ତି।
      ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ର ପୂର୍ବତନ ମନ୍ତ୍ରୀ ତଥା ଦଳର ଓଡିଶା ପ୍ରଭାରୀ ଧରମ ବିର ଅଶୋକ, ଛୋଟୁ ଲାଲ,ପୂର୍ବତନ ରାଜ୍ୟ ସଭାପତି ଅକ୍ଷୟ ମଲ୍ଲିଲ ପ୍ରମୁଖ ଉପସ୍ଥିତ ଥିଲେ।
Laxmikanta Das
Bhubaneswar
Visual already sent by mojo

Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.