ETV Bharat / bharat

ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟ ଟ୍ରଷ୍ଟି ପାଇଁ ନୀତା ଅମ୍ବାନୀ ମନୋନୀତ

author img

By

Published : Nov 14, 2019, 1:23 PM IST

ରିଲାଏନ୍ସ ଚେୟାରମ୍ୟାନ ନୀତା ଅମ୍ବାନୀ ନ୍ୟୁୟର୍କର ପ୍ରସିଦ୍ଧ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟର ସମ୍ମାନଜନକ ଟ୍ରଷ୍ଟି ଭାବେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS

ନ୍ୟୁୟର୍କ: ରିଲାଏନ୍ସ ଚେୟାରମ୍ୟାନ ନୀତା ଅମ୍ବାନୀଙ୍କୁ ନ୍ୟୁୟର୍କର ପ୍ରସିଦ୍ଧ ମେଟ୍ରୋପଲିଟାନ ମ୍ୟୁଜିୟମର ଟ୍ରଷ୍ଟି ଭାବେ ମନୋନୀତ କରାଯାଇଛି । ଏନେଇ ଉକ୍ତ ମ୍ୟୁଜିୟମର ଚେୟାରମ୍ୟାନ ଡାନିଏଲ ବ୍ରୋଡସକି ଘୋଷଣା କରିଥିଲେ ।

ସେ କହିଥିଲେ କି, ଭାରତର କଳା, ସ୍ଥାପତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଙ୍କର ଉଦ୍ୟମ ନିଶ୍ଚିତ ପକ୍ଷେ ପ୍ରଶଂସାଯୋଗ୍ୟ । ତାଙ୍କର ଏହି କାର୍ଯ୍ୟଶୈଳୀ ଏହି ସଂଗ୍ରହାଳୟର କ୍ଷମତାକୁ ପ୍ରଭାବିତ କରିଛି । ବିଶ୍ବରେ କୋଣ ଅନୁକୋଣରେ ଭାରତର କଳା, ସଂସ୍କୃତି ଉପରେ ବିଭିନ୍ନ ପ୍ରକାର ପ୍ରଦର୍ଶନୀର ଆୟୋଜନ କରିବା ନିଶ୍ଚିତ ପକ୍ଷେ ଆମମାନଙ୍କୁ ପ୍ରଭାବିତ କରିଛି । ଏହା ନିଶ୍ଚିତ ପକ୍ଷେ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ ।

ତେବେ ଡାନିଏଲ ବ୍ରୋଡସକି ଆହୁରି ମଧ୍ୟ କହିଥିଲେ କି, ସେ ନୀତା ଅମ୍ବାନୀ ଦ ମେଟର ଇଣ୍ଟରନ୍ୟାସନାଲ କାଉନସିଲର ମଧ୍ୟ ଜଣେ ସଦସ୍ୟ ରହିଛନ୍ତି । ସେହିଭଳି ଦି ମେଟ ମ୍ୟୁଜିୟମ ପକ୍ଷରୁ କୁହଯାଇଛି ଯେ, ନୀତା ଅମ୍ବାନୀ ଭାରତୀୟ ସଂସ୍କୃତି, କଳା ଏବଂ ସ୍ଥପତ୍ୟର ସଂରକ୍ଷଣ ଏବଂ ଆଗକୁ ବଢାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ।

ସେହିଭଳି ଆମେରିକାର ସବୁଠାରୁ ପ୍ରତିଷ୍ଠିତ ସଂଗ୍ରହାଳୟ ଦ ମେଟରେ ମଧ୍ୟ ରିଲାଏନ୍ସ ସହଯୋଗରେ ଅନେକ କାର୍ଯ୍ୟ ସେ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଦି ମେଟ ସଂଗ୍ରହାଳୟ ମଧ୍ୟ ସହଯୋଗ କରିଛି ବୋଲି ଜଣାପଡ଼ିଛି । ମେଟରେ ପାଖାପାଖି 10 ହଜାରରୁ ଊର୍ଦ୍ଧ୍ବ 5 ହଜାର ବର୍ଷ ପୁରୁଣା ବସ୍ତୁକୁ ଏଠାରେ ପ୍ରଦର୍ଶିତ କରାଯାଇଛି ।

ସୂଚନାଯୋଗ୍ୟ ରିଲାଏନ୍ସ ଫାଉଣ୍ଡେସନ ଦ ଏଲିଫ୍ୟାଣ୍ଟ ଫେଷ୍ଟିଭାଲ ଏବଂ ଅବ୍ବାଜୀ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଜଣାପଡ଼ିଛି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.