ETV Bharat / bharat

ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବା ପାଇଁ କହିଥିବା ଓକିଲଙ୍କ ଉପରେ ଖପ୍ପା ହେଲେ ନିର୍ଭୟାଙ୍କ ମା-ବାପା

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ନଦେଇ କ୍ଷମା କରିଦେବାକୁ ତାଙ୍କ ମାତାପିତାଙ୍କୁ ପରାମର୍ଶ ଦେଇଥିବା ବରିଷ୍ଠ ଓକିଲ ଇନ୍ଦିରା ଜୟ ସିଂହଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା-ବାପା । ଜାଣନ୍ତୁ ସେ କ'ଣ କହିଛନ୍ତି...

indira-jaysingh
ଇନ୍ଦିରା ଜୟ ସିଂହ
author img

By

Published : Jan 18, 2020, 9:57 PM IST

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ନଦେଇ କ୍ଷମା କରିଦେବାକୁ ତାଙ୍କ ମାତାପିତାଙ୍କୁ ପରାମର୍ଶ ଦେଇଥିବା ବରିଷ୍ଠ ଓକିଲ ଇନ୍ଦିରା ଜୟ ସିଂହଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ନିର୍ଭୟାଙ୍କ ମା'ଙ୍କ ପରେ ଏବେ ତାଙ୍କ ବାପା ମଧ୍ୟ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଭଳି ଆମ ପରିବାରର ହୃଦୟ ଏତେ ବଡ ନୁହେଁ ଯେ ଆମେ ତାଙ୍କୁ କ୍ଷମା କରିଦେବୁ ବୋଲି ସେ କହିଛନ୍ତି । ଏହା ସହିତ ନିଜ ମନ୍ତବ୍ୟ ପାଇଁ ଜୟସିଂହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି ନିର୍ଭୟାଙ୍କ ବାପା ।

ଜୟସିଂହଙ୍କ ମନ୍ତବ୍ୟ ପରେ ନିର୍ଭୟାଙ୍କ ବାପା କହିଛନ୍ତି, " ଇନ୍ଦିରା ଜୟସିଂହ ନିଜେ ଜଣେ ମହିଳା। ସେ ଏଭଳି ମନ୍ତବ୍ୟ ପାଇଁ ଲଜ୍ଜିତ ଅନୁଭବ କରିବା କଥା ଏବଂ ନିର୍ଭୟାଙ୍କ ମାଙ୍କୁ କ୍ଷମା ମାଗିବା ଉଚିତ। ଆମେ ୭ ବର୍ଷ ହେଲା ଝିଅର ନ୍ୟାୟ ପାଇଁ ଲଢ଼ୁଛୁ। ଆମେ ସାଧାରଣ ଲୋକ। ସୋନିଆ ଗାନ୍ଧୀଙ୍କ ପରି ଆମର ଏତେ ବଡ଼ ହୃଦୟ ନାହିଁ। ଏଭଳି ମାନସିକତା କାରଣରୁ ହିଁ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି" ।

ଏହା ପୂର୍ବରୁ ନିର୍ଭୟାଙ୍କ ମା ମଧ୍ୟ ଇନ୍ଦିରା ଜୟ ସିଂହଙ୍କ ଉପରେ କ୍ରୋଧାନ୍ବିତ ହୋଇ କହିଥିଲେ, "ଦୋଷୀଙ୍କୁ କ୍ଷମା କରିବା ପାଇଁ ଭଗବାନ ଆସି କହିଲେ ମଧ୍ୟ ମୁଁ କ୍ଷମା କରିବି ନାହିଁ । ଏଭଳି ପରାମର୍ଶ ଦେବାକୁ ଇନ୍ଦିରା ସାହାସ କେମିତି କରିଛନ୍ତି । ମୋର ବିଶ୍ବାସ ହେଉନି। ଗତ କେତେ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟରେ ଅନେକ ଥର ତାଙ୍କ ସହ ଦେଖା ସାକ୍ଷାତ ହୋଇଛି। ହେଲେ କେବେ ମୋର ହାଲଚାଲ ବାବଦରେ ପଚାରି ନାହାଁନ୍ତି ସେ। ଆଉ ଏବେ ଏଭଳି ପରାମର୍ଶ ଦେବାକୁ ତାଙ୍କର ସାହାସ କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ନିର୍ଭୟାଙ୍କ ମା" ।

ସୂଚନାଯୋଗ୍ୟ ଯେ, ଇନ୍ଦିରା ଜୟସିଂହ ଶୁକ୍ରବାର ଏକ ଟ୍ବିଟ କରି କହିଥିଲେ, ସେ ନିର୍ଭୟାଙ୍କ ମାଙ୍କ ଦୁଃଖ ବୁଝିପାରୁଛନ୍ତି । କିନ୍ତୁ ତାଙ୍କୁ ସୋନିଆ ଗାନ୍ଧୀଙ୍କ ଉଦାହରଣର ଅନୁସରଣ କରିବା ଉଚିତ । ଯେଉଁଭଳି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧୀ କ୍ଷମା ଦେଇଛନ୍ତି। ନିର୍ଭୟାଙ୍କ ମା’ ମଧ୍ୟ କ୍ଷମା ଦେବା ଉଚିତ ବୋଲି ସେ କହିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀ ଶ୍ରୀହରନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ହେଲେ ସୋନିଆ ଗାନ୍ଧୀ ତାଙ୍କୁ କ୍ଷମା ଦେବା ପରେ ତାଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡକୁ ହ୍ରାସ ପାଇଥିଲା।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.