ETV Bharat / bharat

ଆସନ୍ତାକାଲି ନିର୍ଭୟାକୁ ମିଳିବ ନ୍ୟାୟ: ଆଶାଦେବୀ - ନିର୍ଭୟାକୁ ମିଳିବ ନ୍ୟାୟ

ଦୋଷୀଙ୍କ ଫାଶୀ ପୂର୍ବରୁ ଏତେବର୍ଷ ଧରି ନିଜ ଝିଅର ନ୍ୟାୟ ପାଇଁ ଲଢିଆସିଥିବା ନିର୍ଭୟାଙ୍କ ମାଆ ଆଶାଦେବୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶୁକ୍ରବାର ନିର୍ଭୟାକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ଆଶାଦେବୀ । ଅଧିକ ପଢନ୍ତୁ...

ଆସନ୍ତାକାଲି ନିର୍ଭୟାକୁ ମିଳିବ ନ୍ୟାୟ: ଆଶାଦେବୀ

author img

By

Published : Mar 19, 2020, 1:20 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ପାଇବାର ସମୟ । ଶୁକ୍ରବାର ସକାଳେ ଫାଶୀଖୁଣ୍ଟରେ ଝୁଲିବେ 4 ଦୋଷୀ । ଏମାନଙ୍କ ସାମ୍ନାରେ ଫାଶୀରୁ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଛି । ଗୁରୁବାର ଘଟଣାର ଦୋଷୀ ପବନ ଗୁପ୍ତାର ପୁନର୍ବିଚାର ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରମିକୋର୍ଟ । ଘଟଣା ସମୟରେ ନାବାଳକ ଥିବା ନେଇ ଦର୍ଶାଇ ପବନ କୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲା । ଏହାସହ ଉଭୟ ଦୋଷୀ ପବନ ଓ ଅକ୍ଷୟର ଦ୍ବିତୀୟ ଦୟା ଯାଚିକାକୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି । ତେବେ ଶୁକ୍ରବାର ସକାଳ 5.30ରେ 4 ଦୋଷୀଙ୍କୁ ଫାଶୀ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି ।

ଦୋଷୀଙ୍କ ଫାଶୀ ପୂର୍ବରୁ ଏତେବର୍ଷ ଧରି ନିଜ ଝିଅର ନ୍ୟାୟ ପାଇଁ ଲଢିଆସୁଥିବା ନିର୍ଭୟାଙ୍କ ମାଆ ଆଶାଦେବୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଶାଦେବୀ କହିଛନ୍ତି ଯେ କୋର୍ଟ ଦୋଷୀଙ୍କୁ ଏତେ ସୁଯୋଗ ଦେଇଛନ୍ତି ଯେ ସେମାନେ ଫାଶୀକୁ ଘୁଞ୍ଚାଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି । ହେଲେ ଏବେ ଦେଶର ଅଦାଲତ ସେମାନଙ୍କ କୌଶଳ ବିଷୟରେ ଅବଗତ ଅଛନ୍ତି | ଶୁକ୍ରବାର ନିର୍ଭୟାକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ଆଶାଦେବୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.