ETV Bharat / bharat

ନିର୍ଭୟା ଦୋଷୀଙ୍କୁ ପୃଥକ ଫାଶୀ ? ଆସନ୍ତାକାଲି ହେବ ଶୁଣାଣି - Nirbhaya convicts

ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ପୃଥକ ଫାଶୀଦଣ୍ଡ ଦେବାପାଇଁ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଆସନ୍ତାକାଲି(ଶୁକ୍ରବାର) ହେବ । ଅଧିକ ପଢନ୍ତୁ...

Nirbhaya case
ନିର୍ଭୟା ଦୋଷୀ
author img

By

Published : Feb 13, 2020, 12:59 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ପୃଥକ ଫାଶୀଦଣ୍ଡ ଦେବାପାଇଁ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି(ଶୁକ୍ରବାର) ହେବ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଏହା ସହିତ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁକ୍ରବାର ସୁଦ୍ଧା ନିଜ ଜବାବ ଦାଖଲ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜଷ୍ଟିସ ଆର ଭାନୁମତି, ଅଶୋକ ଭୂଷଣ ଏବଂ ଏ ଏସ ବୋପନ୍ନାଙ୍କ ସମ୍ବିଧାନିକ ପୀଠ ଦୋଷୀ ପବନ ଗୁପ୍ତାର ପ୍ରତିନିଧିତ୍ବ କରିବା ପାଇଁ ଆଜି ଆମିକସ୍‌ କ୍ୟୁରି ଭାବେ ଆଡ୍‌ଭୋକେଟ୍‌ ଅଞ୍ଜନ ପ୍ରକାଶଙ୍କୁ ନିଯୁକ୍ତ କରିଛନ୍ତି । ପବନକୁ ସାହାଯ୍ୟ କରିବାକୁ କୌଣସି ଓକିଲ ନଥିବା ପୂର୍ବରୁ କହିଥିଲା ସେ । ତେଣୁ ଅଦାଲତରେ ତା ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟ ଆଡ୍‌ଭୋକେଟ୍‌ ଅଞ୍ଜନ ପ୍ରକାଶଙ୍କୁ ନିଯୁକ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, 4 ଦୋଷୀଙ୍କ ମଧ୍ୟରୁ ପବନ ଜଣେ ଏ ପର୍ଯ୍ୟନ୍ତ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିନାହିଁ । ଏହା ବ୍ୟତୀତ ତା ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ମଧ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.