ETV Bharat / bharat

ଆଉ କିଛିଦିନ ବଞ୍ଚିବେ ନିର୍ଭୟା ଦୋଷୀ ! - nirbhaya gangrape and murder case

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ରାଜକ୍ଷମା ଆବେଦନ ଖାରଜ ହେବାର 14 ଦିନ ପରେ ହିଁ ଫାଶୀ ଦଣ୍ଡ ଦିଆଯାଇପାରିବ ବୋଲି ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହରା କୋର୍ଟରେ ଦଲିଲ ରଖିଛନ୍ତି ।

nirbhaya-gangrape-and-murder-case
ନିର୍ଭୟା ଦୋଷୀ
author img

By

Published : Jan 15, 2020, 2:43 PM IST

Updated : Jan 15, 2020, 2:55 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ନିମ୍ନ ଅଦାଲତ ପକ୍ଷରୁ ଜାରି ଡେଥ ୱାରେଣ୍ଟ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀ ମୁକେଶ କୁମାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ଏହି ଆବେଦନ ଉପରେ ବୁଧବାର ଶୁଣାଣି ହୋଇଛି । ତେବେ ଏହି ସମୟରେ ଦୋଷୀଙ୍କୁ ଜାନୁଆରୀ 22ରେ ଫାଶୀ ଖୁଣ୍ଟରେ ଝୁଲାଯାଇପାରିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହରା କୋର୍ଟରେ ଦଲିଲ ରଖିଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେବାର 14 ଦିନ ପରେ ହିଁ ଫାଶୀ ଦଣ୍ଡ ଦିଆଯାଇପାରିବ ବୋଲି ସେ ନିଜ ପକ୍ଷ ରଖିଛନ୍ତି ।

ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାରଙ୍କ ଓକିଲ କହିଛନ୍ତି, ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ | ଏହି ଆବେଦନ ଦୀର୍ଘଦିନ ଧରି ଲମ୍ବିତ ହେଲେ ଫାସି ଦିଆଯାଇପାରିବ ନାହିଁ । ଯଦି ଏହି ରାଜକ୍ଷମା ଆବେଦନ ଖାରଜ ହୁଏ ତାହାଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନୂଆ ଡେଥ ୱାରେଣ୍ଟ ପାଇଁ ଦୋଷୀଙ୍କୁ 14 ଦିନର ସମୟ ଦେବାକୁ ପଡିଥାଏ ।

ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍‌ ପିଟିସନ୍‌କୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହି କ୍ୟୁରେଟିଭ୍‌ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ ହେବାପରେ ଦୋ‌ଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି।

Intro:Body:

BLANK FOR LINK 

Conclusion:
Last Updated : Jan 15, 2020, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.