ETV Bharat / bharat

ନିର୍ଭୟା ଘଟଣା: ଆଜି ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ପୁନର୍ବିଚାର ଯାଚିକା ଶୁଣାଣି

author img

By

Published : Dec 17, 2019, 10:59 AM IST

ନିର୍ଭୟା ଘଟଣାରେ ଦୋଷୀ ଅକ୍ଷୟର ପୁନର୍ବିଚାର ଯାଚିକା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି । ଝିଅ ସହ ହୋଇଥିବା ଜଘନ୍ୟ ଅପରାଧର 7 ବର୍ଷ ପରେ ବି ଦୋଷୀଙ୍କୁ ଫାଶି ଦିଆଯିବାର ଅପେକ୍ଷା କରି ରହିଛନ୍ତି ନିର୍ଭୟା ପରିବାର ।

ନିର୍ଭୟା ଘଟଣା
ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି । 4 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୋଷୀର ପୁନର୍ବିଚାର ଯାଚିକା ଉପରେ ସୁପ୍ରମିକୋର୍ଟ ମଙ୍ଗଳବାର ଦିନ 2ଟାରେ ଶୁଣାଣି କରିବେ । ଅଭିଯୁକ୍ତ ଅକ୍ଷୟ କୁମାରଙ୍କ ଯାଚିକା ଉପରେ କୋର୍ଟର ତିନି ଜଣିଆ ଜଜଙ୍କ ଖଣ୍ଡପୀଠ ଶୁଣାଣି କରିବେ । ଅକ୍ଷୟକୁ ଟ୍ରାୟଲ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଭିଯୁକ୍ତ ଅକ୍ଷୟ କୁମାର ଯାଚିକା ଦାଖଲ କରି ଫାଶୀ ଉପରେ ପୁନର୍ବିଚାର କରିବାକୁ କହିଛନ୍ତି । ଅନ୍ୟପକ୍ଷେ ନିର୍ଭୟାଙ୍କ ପରିବାର ବର୍ଗ ପଟିୟାଲା ହାଉସକୋର୍ଟରେ ନିଜ ଝିଅ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶୀଘ୍ର ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ନିର୍ଭୟାଙ୍କ ପରିବାର ଝିଅ ସହ ହୋଇଥିବା ଜଘନ୍ୟ ଅପରାଧର 7 ବର୍ଷ ପରେ ବି ଦୋଷୀଙ୍କୁ ଫାଶୀ ପାଇଁ ଅପେକ୍ଷା କରି ରହିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.