ETV Bharat / bharat

3 ନିର୍ଭୟା ଦୋଷୀଙ୍କ ଆୟ ଥିଲା ଲକ୍ଷେ 37 ହଜାର, ନିକମା ମୁକେଶ - ଜେଲରେ କାମ କରୁନଥିଲା ମୁକେଶ

ଜେଲରେ ନିଜ କୁକର୍ମର ସଜ୍ଜା କାଟୁଥିବା ନିର୍ଭୟା ଦୋଷୀ କ'ଣ କାମ କରୁଥିଲେ । କେମିତି କଟୁଥିଲା ଏମାନଙ୍କ ପ୍ରତିଟି ମୁହୁର୍ତ୍ତ। କିଏ କେତେ ରୋଜଗାର କରି ପୁଞ୍ଜି ଠୁଳ କରିଛି ଆଉ କିଏ ଜେଲର ନିୟମକୁ କେତେ ଥର ଭାଙ୍ଗି ଦଣ୍ଡ ପାଇଛି। ଏମିତି କିଛି ଘଟଣା ବିଷୟରେ ଆସନ୍ତୁ ଜାଣିବା ।

nirbhaya case
ଜେଲରେ 3 ନିର୍ଭୟା ଦୋଷୀଙ୍କ ଇନକମ୍ ଲକ୍ଷେ 37 ହଜାର, ନିକମା ମୁକେଶ
author img

By

Published : Mar 20, 2020, 8:50 PM IST

ନୂଆଦିଲ୍ଲୀ: ସାରା ରାତି ଅପେକ୍ଷା ଓ ଫାଶୀର ଭୟରେ ଛଟପଟ । ହେଲେ ସକାଳ ହେବା କ୍ଷଣି କେହି ରୋକିପାରିନଥିଲା ଜଲ୍ଲାଦ ପବନର ହାତକୁ । ଫାଶୀ ଖୁଣ୍ଟରେ ଝୁଲାଇଥିଲା ନିର୍ଭୟାର 4 ସୈତାନଙ୍କୁ । କ୍ଷଣିକ ଭିତରେ ପ୍ରାଣବାୟୁ ଉଡିଯାଇଥିଲା ବେଳେ 7 ବର୍ଷ ନ୍ୟାୟ ପାଇଁ ଅପେକ୍ଷା କରିଥିବା ନିର୍ଭୟାର ମା'ଙ୍କ ଦେହରେ ପ୍ରାଣ ପଶିଥିଲା । ଆଉ ଆଶାଦେବୀଙ୍କ ଦୀର୍ଘ 7 ବର୍ଷ 3 ମାସର ଆଶା ପୂରଣ ହୋଇଛି ।

ଝିଅକୁ ନ୍ୟାୟ ଦେବା ପାଇଁ ବାରମ୍ବାର ଫେଲ ମାରିବା ପରେ ଶେଷରେ ଅଧର୍ମ ଉପରେ ଧର୍ମର ବିଜୟ ବାନା ଉଡିଛି । ସବୁଦିନ ପାଇଁ ସେହି 4 ଯୌନ ରାକ୍ଷସଙ୍କ ଦେହର ଭୋକ ଓ ମନରେ ଥିବା ଲାଳସା ମରିଯିବା ସହ ସେମାନଙ୍କ ନାଁ ଲିଭିଯାଇଛି । ହେଲେ ସେମାନଙ୍କ କୁକର୍ମ ସମସ୍ତଙ୍କ ମାନଷପଟରେ ଚିରଦିନ ଘୃଣାର ପାତ୍ର ହୋଇରହିବ । ହେଲେ ଆଜିର ଏହି ନ୍ୟାୟର ସକାଳରୁ ସମସ୍ତେ ଖୁସିର ସହ ମନାଉଛନ୍ତି ।

ତେବେ ଜେଲରେ ନିଜ କୁକର୍ମର ସଜ୍ଜା କାଟୁଥିବା ଏହି 4 ଦୋଷୀ କ'ଣ କାମ କରୁଥିଲେ । କେମିତି କଟୁଥିଲା ଏମାନଙ୍କ ପ୍ରତିଟି ମୁହୁର୍ତ୍ତ । କିଏ କେତେ ରୋଜଗାର କରି ପୁଞ୍ଜି ଠୁଳ କରିଛି ଆଉ କିଏ ଜେଲର ନିୟମକୁ କେତେ ଥର ଭାଙ୍ଗି ଦଣ୍ଡ ପାଇଛି । ଏମିତି କିଛି ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଦୀର୍ଘ 7 ବର୍ଷ ଜେଲରେ ଥିବା ବେଳେ ସର୍ବମୋଟ 1 ଲକ୍ଷ 37 ହଜାର ରୋଜଗାର କରିଛନ୍ତି । ସେଥିମଧ୍ୟରୁ ମୁକେଶ ନିକମା ହୋଇ କେବଳ ସଜ୍ଜା କାଟିଥିଲେ । ତେବେ ଫାଶୀ ପାଇବା ପରେ ଏମାନଙ୍କ କୁକୁର୍ମର ରୋଜଗାର ଟଙ୍କାକୁ କିଏ ନେବ ସେନେଇ ଅନେକ ପ୍ରଶ୍ନ !

ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଜେଲରେ ଥିବା ସମୟରେ ବିନୟ କାମ କରି 39 ହଜାର ଟଙ୍କା ରୋଜଗାର କରିଛି । ସେହିପରି ପବନ 29 ହଜାର ଓ ଅକ୍ଷୟ 69 ହଜାର ଟଙ୍କା ଆୟ କରିଥିଲା । ହେଲେ ମୁକେଶର ଆୟ ଶୂନ । କାରଣ ଜେଲରେ କାମ କରିବାକୁ ରୋକଠୋକ୍ ମନା କରିଦେଇଥିଲା ଏହି ଦୋଷୀ ।

ସେହିପରି ଜେଲରେ ନିୟମ ନମାନିବାରୁ ବିନୟ ଶର୍ମାଙ୍କୁ 11 ଥର ଦଣ୍ଡ ମିଳିଛି । ପବନ ଗୁପ୍ତାକୁ 8 ଥର ଓ ଅକ୍ଷୟ ସିଂକୁ ଥରେ, ମୁକେଶ ସିଂ କୁ 3 ଥର ଦଣ୍ଡ ମିଳିଛି । 4 ଦୋଷୀଙ୍କ ମଧ୍ୟରୁ 3 ଜଣ ଅର୍ଦ୍ଧଶିକ୍ଷିତ ମାନେ ନିଜର ଦଶମ ପରୀକ୍ଷା ମଧ୍ୟ ଶେଷ କରିନଥିଲେ । ସେଥିମଧ୍ୟରୁ ବିନୟ ଟିକେ ପାଠପଢିଥିଲା । ହେଲେ ନିଜର କୁକର୍ମ ପାଇଁ ଅଧାରେ ପଢାଘରେ ଡୋରି ବାନ୍ଧିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.