ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମୁକେଶ ସିଂର ଦୟା ଯାଚିକା ଖାରଜ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖାରଜ ହେଲା ଯାଚିକା । ପୂର୍ବରୁ ବିନୟର ଦୟା ଯାଚିକା ଖାରଜ ହୋଇ ସାରିଥିଲା ।


ଅପରାଧିକ ମାମଲାରେ ଦଣ୍ଡ କମ କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କର ରହିଛି । ତେଣୁ ପୂର୍ବରୁ ଅନ୍ୟ ଅପରାଧୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପ୍ରଦାନ କରିଥିଲେ । ଘଟଣାରେ ସମ୍ପୃକ୍ତ 4 ଦୋଷୀଙ୍କୁ ଚଳିତ ମାସ 22 ତାରିଖରେ ଫାଶୀ ଦିଆଯିବା ନେଇ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । କିନ୍ତୁ ହଠାତ ମୁକେଶର ଦୟା ଯାଚିକା ଘଟଣାରେ ଅନ୍ୟ ମୋଡ ନେଉଥିଲା । ମୁକେଶର ଦୟା ଯାଚିକା ଖାରଜ ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।