ETV Bharat / bharat

ଫାଶୀରୁ ବଞ୍ଚିବାକୁ ଶେଷ ପ୍ରୟାସ, ରାଜକ୍ଷମା ଆବେଦନ କଲା ମୁକେଶ

ଫାଶୀରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ କରିଛି ନିର୍ଭୟା ମାମଲାର ଦୋଷୀ ମୁକେଶ ସିଂହ । ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଦାଏର କରିଥିବା ତିହାର ଜେଲ ସୂଚନା ଦେଇଛି ।

ଫାଶୀରୁ ବଞ୍ଚିବାକୁ ଶେଷ ପ୍ରୟାସ, ରାଜକ୍ଷମା ଆବେଦନ କଲା ମୁକେଶ
ଫାଶୀରୁ ବଞ୍ଚିବାକୁ ଶେଷ ପ୍ରୟାସ, ରାଜକ୍ଷମା ଆବେଦନ କଲା ମୁକେଶ
author img

By

Published : Jan 14, 2020, 7:59 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇ ସାରିଥିବା ସମସ୍ତ ଦୋଷୀଙ୍କ ଆଗରେ ସବୁ ନ୍ୟାୟିକ ରାସ୍ତା ବନ୍ଦ ହୋଇସାରିଛି । ମଙ୍ଗଳବାର ସୁପ୍ରିମକୋର୍ଟ ଦୋଷୀ ବିନୟ ଏବଂ ମୁକେଶର କ୍ୟୁରୋଟିଭ୍ ପିଟିସନ ଖାରଜ କରିବା ପରେ ଫାଶୀରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ ଆପଣାଇଛି ମୁକେଶ । ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଯାଚିକା ଦାଏର କରିଛି । ତେବେ ଏହି ମାମଲାର 4 ଜଣ ଦୋଷୀଙ୍କୁ 22 ଜାନୁଆରୀ ସକାଳ 7ଟାରେ ଫାଶୀ ଦିଆଯିବ ।

ଦୋଷୀ ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ଦୟା ଆବେଦନ ଦାଏର କରିଥିବା ନେଇ ତିହାର ଜେଲ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ମୁକେଶ ସମେତ ବିନୟ ଶର୍ମା ମଧ୍ୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲା । ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି କରି ପାଞ୍ଚ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.