ETV Bharat / bharat

ତୃତୀୟ ଥର ପାଇଁ ଜାମିନ ଆବେଦନ କରିବେ ନିରବ ମୋଦି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବ୍ରିଟେନର ଏକ ଅଦାଲତରେ ଏହାକୁ ମିଶାଇ ବୁଧବାର ତୃତୀୟ ଥର ପାଇଁ  ଜାମିନ ଆବେଦନ କରିବେ ।

author img

By

Published : May 8, 2019, 10:58 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ପୁଣି ଥରେ ଲଣ୍ଡନରେ ଜାମିନ ଆବେଦନ କରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବ୍ରିଟେନର ଏକ ଅଦାଲତରେ ଏହାକୁ ମିଶାଇ ବୁଧବାର ତୃତୀୟ ଥର ପାଇଁ ଜାମିନ ଆବେଦନ କରିବେ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ମୋଦିଙ୍କ ଉପରେ । ଏହି ମାମଲାରେ ନିରବଙ୍କୁ ଭାରତ ଆଣିବାକୁ ପ୍ରୟାସ ଜାରି ରହିଛି । ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ ଏମା ଆର୍ବଥନଟ୍ ମେ 8ରେ ନିରବଙ୍କ ଆବେଦନର ଶୁଣାଣି କରିବା କାର୍ଯ୍ୟକ୍ରମ ରହିଛି।

ବର୍ତ୍ତମାନ ସୁଦ୍ଧା ନିରବ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହେବେ ନା' ଲଣ୍ଡନର ୱେଷ୍ଟମିନିଷ୍ଟ୍ରେଟ୍ କାରାଗାର ମଧ୍ୟରୁ ଭିଡିଓକନ‌ଫେରେନ୍ସିଂ ଜରିଆରେ ହାଜର ହେବ‌େ ସେ ଖବର ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗତ ମାର୍ଚ ମାସରୁ ନୀରବ ଗିରଫ ହେବା ପରଠାରୁ ଲଣ୍ଡନ ଜେଲରେ ଅଛନ୍ତି । ନିରବଙ୍କ ଓକିଲ କ୍ଲେୟାର ମେଣ୍ଟଗୋମେରୀ ତୃତୀୟ ଥର ପାଇଁ ଜାମିନ ଆବେଦନ କରିବେ ।

ଏହା ପୂର୍ବରୁ ନିରବ ଦୁଇ ଥର ଜାମିନ ଆବେଦନ କରିଥିଲେ । ମାତ୍ର ବିଚାରପତି ତାଙ୍କ ଜାମିନ ଆବେଦନକୁ ଦୁଇଥର ଯାକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.