ହାଇଦ୍ରାବାଦ: ନିଜ ଅନ୍ଦାଜରେ ମାହିର 9 ବର୍ଷର ନିଆରା ବାଳକ । ବଡ ବଡିଆଙ୍କୁ ପଛରେ ପକାଇ କମ ବୟସରେ ହାତେଇଛି ଆନ୍ତର୍ଜାତୀୟ ରେକର୍ଡ । ପାଖରେ ଗୋଟିଏ ନୁହେଁ ଏବେ ଦୁଇଟି ଆନ୍ତର୍ଜାତୀୟ ପୁରସ୍କାର । ତେବେ ଅନନ୍ୟ ଉପାୟରେ ରୁବିକ୍ସ କ୍ୟୁବ୍ ସମାଧାନ କରି ବାଳକଟି ଏହି ପୁରସ୍କାରର ହକଦାର ହେବା ସହ ରେକର୍ଡ ସୃଷ୍ଟି କରିଛି । ଯୁବ ରେକର୍ଡଧାରୀ ଜଣକ ହେଲେ ହାଇଦ୍ରାବାଦର ଏସପି ଶଙ୍କର । ରୁବିକ୍ସ କ୍ୟୁବ୍ ସମାଧାନ ପାଇଁ ଶଙ୍କର ଗୋଟିଏ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।
ତେବେ ଏହି ଦୁଇଟି ଆନ୍ତର୍ଜାତୀୟ ପୁରସ୍କାର ପାଇଁ ନିଆରା ଢଙ୍ଗରେ ବାଳକ ଜଣ କ୍ୟୁବର ସମାଧାନ କରିଥିଲେ । ପ୍ରଥମଟିରେ ଓଲଟା ଝୁଲି ସମୟରେ ସମାଧାନ ହୋଇଥିବା ବେଳେ ଅନ୍ୟଟି 'ସ୍କେଟିଂ ସମୟରେ ହୋଇଥିଲା ।
ଶଙ୍କରଙ୍କ ମାତା ଦିବ୍ୟା ମଙ୍ଗଳାଙ୍କ କହିବା ଅନୁଯାୟୀ, ଛୋଟ ପିଲାଟି 6 ବର୍ଷ ବୟସରେ ଲୋକପ୍ରିୟ ପଜଲ୍ ଉଠାଇଥିଲା ଏବଂ ତାଙ୍କ ହାତରେ କ୍ୟୁବ୍ ଲଗାତାର ଦେଖିବାକୁ ମିଳୁଥିଲା। "ମୁଁ ଏତେ ଗର୍ବିତ ଯେ ଶଙ୍କର ଏଭଳି କୋମଳ ବୟସରେ ଦୁଇଟି ୱାର୍ଲ୍ଡ ରେକର୍ଡ ଏବଂ ଲିମକା ବୁକ୍ ଅଫ୍ ରେକର୍ଡସ ଏଣ୍ଟ୍ରି ହାସଲ କରିଛନ୍ତି । ସେ 6 ବର୍ଷ ବୟସରେ କ୍ୟୁବ୍ ଖେଳିବା ଆରମ୍ଭ କରିଥିଲେ ଏବଂ ମାତ୍ର ତିନି ବର୍ଷ ପରେ ସେ ଦୁଇଟି ବିଶ୍ୱ ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଥିଲେ, " ସେ କହିଛନ୍ତି ।
ବାଳକ ଜଣକ ଭଲ ସ୍କେଟର ହୋଇଥିବା ବେଳେ ସେ ଏହି ରେକର୍ଡ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପରିବାର ଲୋକ ପ୍ରଥମେ ଏହାକୁ ନେଇ ଅମଙ୍ଗ ହେଉଥିବା ବେଲେ ପିଲାଟିର ଇଚ୍ଛାକୁ ଦେଖି ପରବର୍ତ୍ତୀ ସମୟରେ ରାଜି ହୋଇଥିଲେ । ଏବଂ ବର୍ତ୍ତମାନ ସେ ଦୁଇଟି ବିଶ୍ବ ରେକର୍ଡ ସ୍ଥାପନ କରିପାରିଛନ୍ତି ।