ETV Bharat / bharat

ଡ୍ରଗ୍ସ କାରବାରରେ ମହିଳାଙ୍କୁ ବ୍ୟବହାର କରୁଛନ୍ତି ନାଇଜେରିଆ ଚାଲାଣକାରୀ

ଦିଲ୍ଲୀ-ଏନସିଆରରେ ସକ୍ରିୟ ଥିବା ନାଇଜେରିଆ ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଉତ୍ତର-ପୂର୍ବରେ ରହୁଥିବା ମହିଳାମାନଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗତ କିଛି ଦିନ ହେବ ଏନସିବି ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମୟରେ ଏହି ଏହି ଖୁଲାସା ହୋଇଛି ।

drugs peddling
ଡ୍ରଗ କାରବାରରେ ମହିଳାଙ୍କୁ ବ୍ୟବହାର କରୁଛନ୍ତି ନାଇଜେରିଆ ଡ୍ରଗ ଚୋରା ଚାଲାଣକାରୀ
author img

By

Published : Aug 6, 2020, 3:35 PM IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସକ୍ରିୟ ଥିବା ନାଇଜେରିଆ ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଉତ୍ତର-ପୂର୍ବରେ ରହୁଥିବା ମହିଳାମାନଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗତ କିଛି ଦିନ ହେବ ଏନସିବି ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମୟରେ ଏହି ଖୁଲାସା ହୋଇଛି ।

ଏନସିବି ଡେପୁଟି ଡିଜି ଆରଏନ ଶ୍ରୀବାସ୍ତବଙ୍କ ଅନୁଯାୟୀ, ଗତ କିଛିଦିନ ହେବ ଏହିପରି କିଛି ଗ୍ୟାଙ୍ଗ ଧରାପଡିଛନ୍ତି । ଯେଉଁମାନେ କୋରିଅର ମାଧ୍ୟମରେ ବିଭିନ୍ନ ଦେଶକୁ ଡ୍ରଗ୍ସ ପଠାଉଥିଲେ। ଏଥିସହ ସେମାନେ ଆନ୍ତର୍ଜାତୀୟ କୋରିଆର ସର୍ଭିସ ମାଧ୍ୟମରେ ଡ୍ରଗ୍ସ ଯୋଗାଣ କରୁଥିଲେ ।

ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ଡ୍ରଗ୍ସ ସେମାନେ ଏପରି ଜାଗାରେ ନେଉଥିଲେ ଯାହା ସହଜରେ ଧରାପଡିବ ନାହିଁ । ନିକଟରେ ଏନସିବି ଦ୍ୱାରା ଜବତ ସାମଗ୍ରୀରେ ଡ୍ରଗକୁ ସାବୁନ୍ ଏବଂ ଫେସ୍ ପାଉଡରରେ ଲୁଚାଇ କୋରିଅର କରାଯାଉଥିଲା ।

ଏଥିସହ ଏହି କାମରେ ମହିଳାଙ୍କୁ ବ୍ୟବହାର କରାଯାଉଥିବା ନେଇ ଶ୍ରୀବାସ୍ତବ କହିଛନ୍ତି ଯେ , ଗତ କିଛି ଦିନ ତଳେ ଏନସିବି ଦ୍ୱାରା ଏଭଳି କିଛି ଗ୍ୟାଙ୍ଗ ଧରାପଡିଥିଲେ। ଯେଉଁମାନେ ନାଇଜେରିଆର ଚୋରା ଚାଲାଣକାରୀମାନେ ଉତ୍ତର-ପୂର୍ବ ରାଜ୍ୟର ମହିଳାମାନଙ୍କ ସହ ମିଶି ହେରୋଇନ ଚୋରା ଚାଲାଣ କରୁଥିଲେ। ଏହି ଚାଲାଣକାରୀମାନେ ମହିଳାମାନଙ୍କ ଠିକଣାରେ ଡ୍ରଗ୍ସ ମଗାଉଥିଲେ ।

ଏହାଛଡା ସେ ଟଙ୍କା କାରବାର ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟବହାର କରୁଥିଲେ। ତେବେ ଏନସିବି ଜାଣିବାକୁ ପାଇଛି ଯେ, ନାଇଜେରିଆର ଚୋରା ଚାଲାଣକାରୀମାନେ ବେଳେବେଳେ ମହିଳାମାନଙ୍କୁ ଟଙ୍କା ଲୋଭ କିମ୍ବା ବନ୍ଧୁତା ବାହାନା କରି ଡ୍ରଗ୍ସ ରାକେଟରେ ସାମିଲ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.