ETV Bharat / bharat

ପିଏମ କେୟାରସ ଫଣ୍ଡକୁ ନେଇ ପୁଣି ପ୍ରଶ୍ନ, ଦେଶବାସୀଙ୍କ ପାଣ୍ଠିର ସରକାରୀ ମାଲିକାନା କିପରି ?

author img

By

Published : Oct 12, 2020, 3:01 PM IST

କୋରୋନା ସଙ୍କଟର ମୁକାବିଲା ପାଇଁ ଆରମ୍ଭ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠି ବିଷୟରେ କ୍ରମାଗତ ପ୍ରଶ୍ନ ଉଠୁଛି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ର (NIC) ଦ୍ବାରା ଦିଆଯାଇଥିବା ଆରଟିଆଇ ଉତ୍ତରରେ ବର୍ତ୍ତମାନ ପିଏମ୍ କେୟାର୍ସ ପାଣ୍ଠିର ଆଇନଗତ ସ୍ଥିତି ଉପରେ ପ୍ରଶ୍ନ ଉଠିଛି।

PM CARES ଫଣ୍ଡ
PM CARES ଫଣ୍ଡ

ନୂଆଦିଲ୍ଲୀ: କୋରୋନା ସଙ୍କଟର ମୁକାବିଲା ପାଇଁ ଆରମ୍ଭ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠି ବିଷୟରେ କ୍ରମାଗତ ପ୍ରଶ୍ନ ଉଠୁଛି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ର (NIC) ଦ୍ବାରା ଦିଆଯାଇଥିବା ଆରଟିଆଇ ଉତ୍ତରରେ ବର୍ତ୍ତମାନ ପିଏମ୍ କେୟାର୍ସ ପାଣ୍ଠିର ଆଇନଗତ ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ରାଇଟ୍ ଟୁ ଇନଫରମେସନ୍ ଆକ୍ଟ (ଆରଟିଆଇ) ଅଧୀନରେ NIC ରୁ ମିଳିଥିବା ଉତ୍ତର ଅନୁଯାୟୀ, Pmcares.gov.in ଡୋମେନର ମାଲିକାନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିନରେ ରହିଛି ।

ପ୍ରକାଶଥାଉକି, ଆରଟିଆଇ ଆକ୍ଟିଭିଷ୍ଟ ତଥା ଅବସରପ୍ରାପ୍ତ ନୌସେନା ଅଧିକାରୀ କମୋଡୋର ଲୋକେଶ ବତ୍ରା ଏନଆଇସିରେ ଏକ ଆବେଦନ କରିଥିଲେ। PMCARES ପାଣ୍ଠି ପାଇଁ ଅଫିସିଆଲ୍ ୱେବସାଇଟ୍ କିପରି ‘.gov.in’ ଡୋମେନ୍ ନାମ ଦିଆଗଲା ବୋଲି ଏହା ପଚାରିଥିଲା ​। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ଦ୍ବାରା ମିଳିଥିବା ଉତ୍ତର ଅନୁଯାୟୀ, ‘pmcares.gov.in’ ନାମକ ଡୋମେନ୍ ବୈଦୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଇଣ୍ଟରନେଟ୍ ଗଭର୍ନାନ୍ସ ଡିଭିଜନ୍ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଛି।

ସରକାରଙ୍କ କହିବାନୁସାରେ, ପିଏମ୍ କେୟାର୍ସ ଫଣ୍ଡରେ ଜନସାଧାରଣଙ୍କ ଦାନ ରହିଛି । ଏହା କୋଭିଡ ସଂକ୍ରମଣର ଚିକିତ୍ସା, ରିଲିଫ ପ୍ରୟାସ, ଚିକିତ୍ସା ସେବା ଏବଂ ଅନୁସନ୍ଧାନ ପାଇଁ ବ୍ୟବହୃତ ହେବ । ପିଏମ୍ କେୟାର୍ସ ଫଣ୍ଡରେ କର୍ପୋରେଟ୍, ସରକାରୀ କମ୍ପାନୀ, ସରକାରୀ କର୍ମଚାରୀ, ବିଦେଶୀ ପାଣ୍ଠି ପ୍ରଦାନକାରୀ ଏବଂ ବ୍ୟକ୍ତିଗତ ଭାବରେ ମଧ୍ୟ ଦାନ କରାଯାଇପାରିବ ।

ବୈଦୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନିୟମ ଅନୁଯାୟୀ ସରକାରୀ ଡୋମେନ୍ କେବଳ ସ୍ବତନ୍ତ୍ର ଭାବେ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାରୀ ସଂସ୍ଥା ଗୁଡ଼ିକୁ ଦିଆଯାଇପାରିବ। ଲୋକେଶ ବତ୍ରା ଆରଟିଆଇରେ ପଚାରିଛନ୍ତି ଯେ ନିୟମକୁ ବିରୋଧ କରି ଚାରିଟେବୁଲ ଟ୍ରଷ୍ଟ ନାମରେ ପଞ୍ଜୀକୃତ ପିଏମ କେୟାର୍ସ ପାଣ୍ଠିକୁ ସରକାରୀ ଡୋମେନ୍ କିପରି ଦିଆଯାଇପାରିବ ?

କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଏହି ପାଣ୍ଠି ହେଉଛି ଏକ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ । ଯାହା ସରକାରୀ ପାଣ୍ଠି ଗ୍ରହଣ କରୁନାହିଁ କିମ୍ବା ସରକାରୀ ବିଭାଗ ମାଧ୍ୟମରେ ସିଧାସଳଖ ଭାବରେ ପରିଚାଳିତ ହେଉନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.