ETV Bharat / bharat

ଏନ୍‌ଆଇଏ ଛାପାରେ କେରଳର ତିନି ସହର

ଶ୍ରୀଲଙ୍କା ଇଷ୍ଟର ବ୍ଲାଷ୍ଟକୁ ନେଇ ଏବେ ବି ଭୟରେ ବିଶ୍ବବାସୀ । ଲୋକଙ୍କ ମନରୁ ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ଛବି ଲିଭି ନଥିବା ବେଳେ ଭାରତରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଏନ୍‌ଆଇଏ ।

author img

By

Published : Apr 28, 2019, 11:50 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କେରଳ: ଶ୍ରୀଲଙ୍କା ଇଷ୍ଟର ବ୍ଲାଷ୍ଟକୁ ନେଇ ଏବେ ବି ଆଶା ଆଶଙ୍କାରେ ବିଶ୍ବବାସୀ । ଲୋକଙ୍କ ମନରୁ ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ଛବି ଲିଭି ନଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଏନ୍‌ଆଇଏ ଟିମ୍‌ । ଏନେଇ କେରଳର 3ଟି ସ୍ଥାନରେ ଏନ୍‌ଆଇଏ ଦ୍ବାରା ରେଡ କରାଯିବା ସହ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ଟିମ୍‌ ।

କିଛି ଦିନ ତଳେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସରେ ଭାରତୀୟମାନେ ଯୋଗ ଦେବା ପରେ ଇଷ୍ଟର ବ୍ଲାଷ୍ଟକୁ ନେଇ ବିଶ୍ବବାସୀ ଏବେ ବି ଆବାକ୍‌ । ଏନେଇ ରବିବାର କେରଳର ତିନୋଟି ସ୍ଥାନରେ ଏନ୍‌ଆଇଏ (ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି) ଦ୍ବାରା ଆରମ୍ଭ ହୋଇଛି ଛାନଭିନ । ଏହି ରେଡ୍‌ କସରଗୋଡ ଓ ପାଲକ୍କଡରେ ଚାଲିଥିବା ବେଳେ କୋଲେନଗୋଡରୁ ସନ୍ଦିଗ୍ଧ ରିୟାଜ ଅବୋବାକର (28)କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ଏନ୍‌ଆଇଏ ।

ସୂଚନା ଅନୁଯାୟୀ କିଛି ଦିନ ତଳେ ରାଜ୍ୟର କିଛି ଯୁବକ ଆତଙ୍କୀ ସଙ୍ଗଠନ ଆଇଏସଆଇଏସରେ ଯୋଗ ଦେବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଏନ୍‌ଆଇଏର ରେଡ । ରିୟାଜଙ୍କୁ 3 ଘଣ୍ଟା କାଳ ଅଟକ ରଖି ପଚରା ଉଚୁରା କରିଥିଲା ଟିମ୍‌ । ତେବେ ସମ୍ପୃକ୍ତ ଯୁବକର ଆଇଏସଆଇଏସରେ ଯୋଗ ଦେଇଥିବା ପଳାତକ ସହ ସମ୍ପର୍କ ଥିବା ନେଇ ସନ୍ଦେହ କରାଯାଉଛି ।

ଏତଦ୍‌ ବ୍ୟତୀତ ଏନ୍‌ଆଇଏ ରେଡ୍‌ ଜରିଆରେ ମୋବାଇଲ ଫୋନ ସହ କେତକ ସିମ୍‌ କାର୍ଡ, ମେମୋରି କାର୍ଡ, ପେନ୍‌ ଡ୍ରାଇଭ ସିଜ୍‌ କରିଛି । ଏଥିସହ ମାଲାୟାଲମ ଓ ଆରବିକ୍‌ ଭାଷାରେ ହାତ ଲେଖା ଚିଠି ଥିବା ଡାଏରୀ, ଡିଭିଡି ଓ ବିବାଦୀୟ ଇସ୍‌ଲାମିକ ଉପଦେଶକ ଜାକିର ନାଏକଙ୍କ ବହି ସମେତ କିଛି ବିନା ଟାଇଟେଲ ବିଶିଷ୍ଟ ସିଡି ଓ ଡିଭିଡି ମଧ୍ୟ ଜବତ କରିଛି ଟିମ୍‌ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.